ନବୀନ ସରକାରରେ ୨ଲକ୍ଷ କୋଟିର ଜମି ଦୁର୍ନୀତି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁର ଖେଳ ପଡ଼ିଆ, ମଶାଣି ଓ ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ସମେତ ଏକାମ୍ର କାନନ ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳକୁ ରାଜ୍ୟ ସରକାର ବଳପୂର୍ବକ ଦଖଲ କରିବା ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ଜମିଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ […]

8bcv

8bcv

Tapas Behera
  • Published: Monday, 16 November 2020
  • Updated: 16 November 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗାଁର ଖେଳ ପଡ଼ିଆ, ମଶାଣି ଓ ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ସମେତ ଏକାମ୍ର କାନନ ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳକୁ ରାଜ୍ୟ ସରକାର ବଳପୂର୍ବକ ଦଖଲ କରିବା ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ୨ଲକ୍ଷ କୋଟି ଟଙ୍କାର ଜମିଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଏକାମ୍ରକାନନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବଦାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷ ଧରି ଏହି ପାର୍କକୁ ଅବହେଳା କରିଆସିଛନ୍ତି ଏବଂ ଶେଷରେ ପୁଞ୍ଜିପତିଙ୍କ ହାତରେ ଏହି ପାର୍କ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଜଙ୍ଗଲକୁ ଟେକି ଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି । ନବୀନ ଶାସନରେ ଜମି ଦୁର୍ନୀତି ସୀମା ଟପିଛି। ଘଙ୍ଗାପାଟଣା ଜମି ଦୁର୍ନୀତି, ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଦୁର୍ନୀତି, ବଗଲା ଧର୍ମଶାଳା ଜମି ଦୁର୍ନୀତି ଆଦି ରାଜ୍ୟରେ ହୋଇଥିବା ବହୁ ଜମି ଦୁର୍ନୀତିର କେତେକ ଉଦାହରଣ ମାତ୍ର। କଂଗ୍ରେସ ଦଳ ଏହାର ପ୍ରତିବାଦ କରିବା ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ।

ସେହିପରି ଜଟଣୀ ବିଧାୟକ ଶ୍ରୀ ରାଉତରାୟ କହିଥିଲେ ଯେ, ରାଜ୍ୟ ସରକାର ଯେତେ ଦୁର୍ନୀତି କରିଛନ୍ତି ସବୁଠାରୁ ବଡ଼ ହେଉଛି ଜମି ଦୁର୍ନୀତି ଓ  ଏହାର ପରିମାଣ ପ୍ରାୟ ୨ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ। ସରକାରୀ ଦଳର କେତେକ ଦୁର୍ନୀତିଗ୍ରସ୍ତ ନେତା, ସରକାରରେ ଥିବା କେତେକ ଅସାଧୁ ଉଚ୍ଚପଦସ୍ଥ ଅଫିସର ସିଧାସଳଖ ଭାବରେ ଏହି ଦୁର୍ନୀତିରେ ସଂପୃକ୍ତ। ଏକାମ୍ର ପାର୍କ ଏବଂ ଏହାର ଚତୁଃପାଶ୍ୱର୍ରେ ଥିବା ଜଙ୍ଗଲକୁ ଧ୍ୱଂସ କରି ରାଜ୍ୟ ସରକାର ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନ କରିବା ପାଇଁ ଚକ୍ରାନ୍ତ କରିଛନ୍ତି। ଏହା ଭୁବନେଶ୍ୱରବାସୀଙ୍କୁ ମର୍ମାହତ କରିଛି। ବିଜେଡିକୁ ସାହାଯ୍ୟ କରୁଥିବା କିଛି କର୍ପୋରେଟ ହାଉସ, ଅସାଧୁ ଅଫିସର ଏବଂ ରାଜନେତା ଉପକୃତ ହେବାର ଯୋଜନା ଚାଲିଛି । ତେବେ ଏଭଳି ହୀନଉଦ୍ୟମକୁ କଂଗ୍ରେସ କଦାପି ବରଦାସ୍ତ କରିବ ନାହିଁ। ଗାଁ ମଶାଣୀ,ଖେଳପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଆଦିକୁ ବଳପୂର୍ବକ ଦଖଲ ପାଇଁ ଗାଁ ଲୋକଙ୍କ ଉପରେ ପୁଲିସ୍ ଦମନଲୀଳା ଚଳାଇଛି । ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଥିବା ଅନ୍ଧାରୁଆ, ଦାରୁଠେଙ୍ଗ, ଚନ୍ଦକା, କୁଜିମଲ, ଦାସପୁର, କଂଟାବାଡ଼, ଗିରିଙ୍ଗାପୁର, ମେଣ୍ଢାଶାଳ, ପାଇକରାପୁର, ଛତାବର, ବେଲପଡ଼ା,ତରାବୋଇ, କୁମାରବସ୍ତ, ତମାଣ୍ଡୋ, ପାତ୍ରପଡ଼ା, ଯାଁଳା, ଅରୁଗୁଳ, ଉତରମୁଣ୍ଡ ମୁହାଣ, ଡମଣା, ପଟିଆ, ଗାଢ଼କଣ, କଳାରାହାଙ୍ଗ, ଚକେଇସିଆଣି, ରସୁଲଗଡ଼, ସୁନ୍ଦରପଦା, ପୋଖରୀପୁଟ, ଜାଗମରା ଓ ବରମୁଣ୍ଡା ଆଦି ଗାଁ ଲୋକଙ୍କ ମଧ୍ୟରେ ସରକାରଙ୍କ ଏହି ହିଟଲରୀ ନିଷ୍ପତ୍ତିକୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଏସବୁ ଜମିକୁ ହାତେଇବା ପାଇଁ ଦୁର୍ନୀତିଗ୍ରସ୍ତ ନେତା ଓ ଅସାଧୁ ପଦସ୍ଥ ଅଫିସରମାନେ ଚକ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି। ଆଉ ଏଥିରେ ମୁଖ୍ୟମନ୍ତ୍ରୀଙ୍କର ସମର୍ଥନ ଓ ସହଯୋଗ ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ସଂଗ୍ରାମ କେଶରୀ ଜେନା, ମନ୍ମଥ ରାଉତରାୟ, ରଶ୍ମି ମହାପାତ୍ର, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ସ୍ୱାଗତ କର, ୟାସିର ନୱାଜ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ପ୍ରଣତୀ ମିଶ୍ର, ଶ୍ରିୟା ମହାନ୍ତି, ଅମୀୟ ପାଣ୍ଡବ, ସଂଗ୍ରାମ ରାଉତରାୟ ପ୍ରମୁଖ ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story