ନିରଞ୍ଜନଙ୍କୁ ହଟାଇବା ପାଇଁ ସୋନିଆଙ୍କୁ ଭେଟିଲେ କଂଗ୍ରେସ ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ପ୍ରଦେଶ କଂଗ୍ରେସର କିଛି ନେତା ଶେଷରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟର ଏହି କଂଗ୍ରେସ ନେତାମାନେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମଙ୍କୁ ସଭାପତି ଭାବେ ନିଯୁକ୍ତି ଦେବାକୁ ଦାବି ଜଣାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ, ସଦାନନ୍ଦ ରାଉତ, ସନ୍ଧ୍ୟା ମହାପାତ୍ର, ଶୈଳବାଳା […]

niranjan-750x430

niranjan-750x430

Manoranjan Sial
  • Published: Tuesday, 10 December 2019
  • Updated: 10 December 2019, 06:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ପ୍ରଦେଶ କଂଗ୍ରେସର କିଛି ନେତା ଶେଷରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟର ଏହି କଂଗ୍ରେସ ନେତାମାନେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମଙ୍କୁ ସଭାପତି ଭାବେ ନିଯୁକ୍ତି ଦେବାକୁ ଦାବି ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ, ସଦାନନ୍ଦ ରାଉତ, ସନ୍ଧ୍ୟା ମହାପାତ୍ର, ଶୈଳବାଳା ଜେନା, ନିକୁଞ୍ଜ ପଶାୟତ, ବିଶ୍ୱକଲ୍ୟାଣୀ କର, ଆରତୀ ସ୍ୱାଇଁ, ଗରିବାଳା ବେହେରା ପ୍ରମୁଖ ସୋନିଆ ଗାନ୍ଧିଙ୍କୁ ସଂସଦ ଭବନ ପରିସରରେ ଥିବା ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ଏବେ ରାଜ୍ୟରେ କଂଗ୍ରେସ ସଂଗଠିତ ହେବାକୁ ହେଲେ ଜଣେ ଯୁବ ନେତୃତ୍ୱଙ୍କ ଆବଶ୍ୟକତା ରହିଛି। ତେଣୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ହିଁ ଏବେ ପିସିସି ସଭାପତି ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ତାଙ୍କୁ ପୂର୍ବରୁ ଅନେକ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି। ତେଣୁ ନିରଞ୍ଜନଙ୍କ ପରିବର୍ତ୍ତେ ମୋକିମଙ୍କ ହାତରେ ସଂଗଠନ ଦାୟିତ୍ୱ ନ୍ୟସ୍ତ କରି ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଏହି ନେତାମାନେ ଦାବି କରିଛନ୍ତି।

ଏହି ନେତାମାନେ ଗତକାଲି ସୋନିଆଙ୍କୁ ଭେଟି ଦାବି ଜଣାଇବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୃକ୍ତ ନେତ୍ରୀମାନଙ୍କୁ ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos