ରିମାଣ୍ଡରେ ଯିବେ ରସିକିଆ ରମେଶଙ୍କ ଦ୍ୱିତୀୟ ପତ୍ନୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତରଙ୍କ ପତ୍ନୀ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ  ପତ୍ନୀ କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ। ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ନେଇପାରେ ଭୁବନେଶ୍ୱର ମହିଳା ଥାନା ପୁଲିସ। ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।  ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି। […]

Ramesh seconf wife

Ramesh seconf wife

Madhupriya Mistry
  • Published: Wednesday, 06 April 2022
  • Updated: 06 April 2022, 01:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିମାଣ୍ଡରେ ଯିବେ ରସିକିଆ ନକଲି ଡାକ୍ତରଙ୍କ ପତ୍ନୀ। ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ  ପତ୍ନୀ କମଳା ସ୍ୱାଇଁଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ପୁଲିସ। ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ନେଇପାରେ ଭୁବନେଶ୍ୱର ମହିଳା ଥାନା ପୁଲିସ। ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରାଯାଉଛି।  ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି।

ଗତକାଲି ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ ଗିରଫ କରିଥିଲା ପୁଲିସ। କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ଟିମ୍। ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ସୋମବାର ଗିରଫ କରିବାରେ ସକ୍ଷମ ହୋଇଥିଲା।

୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ ପ୍ରଥମ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ  କମଳା ସ୍ୱାଇଁଙ୍କୁ  ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି।  କମଳାଙ୍କ ପରେ ସେ  ଆଉ  ୧୭ ମହିଳାଙ୍କୁ ବିବାହ କରିଥିଲେ। ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା।   କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ। ଏଥିସହ ରମେଶ ଲୁଟୁଥିବା ସୁନାଗହଣା, ଟଙ୍କାରେ ସେମାନେ ବି ଭାଗ ବସାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos