ପରିବାର ପାଇଁ ଘର ଛାଡ଼ି ବିଦେଶ ଯାଇଥିଲେ, ଏବେ ଫେରୁଛି ମୃତଦେହ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ହେଲାଣି ଦାଦନ ଦୁଃଖ। ପରିବାରର ଭରଣ ପୋଷଣ ପାଇଁ ଦଲାଲଙ୍କ ପ୍ରଲୋଭନରେ ପଡ଼ି ବିଦେଶକୁ ଚାଲି ଯାଉଛନ୍ତି ଓଡ଼ିଆ ଶ୍ରମିକ। ସେଠାରେ କିଛି ଦିନ କାମ କରିବା ପରେ ନିର୍ଯାତନାରେ ଶିକାର ହେଉଛନ୍ତି। ଭାରତ ସରକାରଙ୍କ ଉଦ୍ୟମରେ କେତେ ଜଣ ଘରକୁ ଜୀବିତ ଅବସ୍ଥାରେ ଫେରୁଥିବା ବେଳେ ଆଉ କିଛି ଶ୍ରମିକଙ୍କ ମୃତଦେହ ଫେରୁଛି। ଗତ ୨ ସପ୍ତାହ ଭିତରେ ଦାଦନ ଖଟିବାକୁ ବିଦେଶ ଯାଇଥିବା ଗଞ୍ଜାମ ଜିଲ୍ଲାର ୨ଜଣ ଶ୍ରମିକଙ୍କ ମୃତ୍ୟୁ […]

ganjam

ganjam

Manoranjan Sial
  • Published: Tuesday, 20 August 2019
  • Updated: 20 August 2019, 09:24 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଅସହ୍ୟ ହେଲାଣି ଦାଦନ ଦୁଃଖ। ପରିବାରର ଭରଣ ପୋଷଣ ପାଇଁ ଦଲାଲଙ୍କ ପ୍ରଲୋଭନରେ ପଡ଼ି ବିଦେଶକୁ ଚାଲି ଯାଉଛନ୍ତି ଓଡ଼ିଆ ଶ୍ରମିକ। ସେଠାରେ କିଛି ଦିନ କାମ କରିବା ପରେ ନିର୍ଯାତନାରେ ଶିକାର ହେଉଛନ୍ତି। ଭାରତ ସରକାରଙ୍କ ଉଦ୍ୟମରେ କେତେ ଜଣ ଘରକୁ ଜୀବିତ ଅବସ୍ଥାରେ ଫେରୁଥିବା ବେଳେ ଆଉ କିଛି ଶ୍ରମିକଙ୍କ ମୃତଦେହ ଫେରୁଛି। ଗତ ୨ ସପ୍ତାହ ଭିତରେ ଦାଦନ ଖଟିବାକୁ ବିଦେଶ ଯାଇଥିବା ଗଞ୍ଜାମ ଜିଲ୍ଲାର ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ଜଣେ ଦୁବାଇରେ ଅସୁସ୍ଥ ଥିବା ବେଳେ କମ୍ପାନୀ ତାଙ୍କୁ ଲକ୍ଷେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।

ଏବେ ଲୁହରେ ଭାସୁଛି ଖଲ୍ଲିକୋଟ କଇଠଡ଼ା ଗାଁର ଜୟ ଦଳେଇଙ୍କ ପରିବାର। ଭଉଣୀ ବାହାଘର ପାଇଁ ଆଣିଥିବା ୭ ଲକ୍ଷ ଟଙ୍କାର ଋଣ ଶୁଝିବା ପାଇଁ ଦେଢ଼ ବର୍ଷ ତଳେ ସେ ଦୁବାଇ ଯାଇଥିଲେ। କିନ୍ତୁ ଗତ ୧୬ ତାରିଖରେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଖବର ଘରେ ପହଞ୍ଚିବା ପରେ ପୂରା ପରିବାର ସତେ ଯେମିତି ସ୍ତବ୍ଧ ହୋଇଯାଇଛି। ଏବେ ବିଦେଶରୁ ପୁଅର ମୃତଦେହ କେମିତି ଫେରିବ, ସେଇ ଚେଷ୍ଟାରେ ଜୟଙ୍କ ବୁଢ଼ା ବାପା ଲାଗିଛନ୍ତି।

ସେହିପରି ଖଲ୍ଲିକୋଟ ବ୍ଲକ୍ ପଥରା ଗାଁର ବସନ୍ତ ସାଧବଙ୍କ ପରିବାରରେ ଶୋକର ଛାୟୀ ଖେଳି ଯାଇଛି। କାରଣ ଆବୁଧାବିରେ ଦାଦନ ଖଟୁଥିବା ବସନ୍ତଙ୍କର ଗତ ୨ ତାରିଖରେ ମୃତ୍ୟୁ ହୋଇଛି। ଗତ ୧୨ ତାରିଖରେ ଗାଁକୁ ତାଙ୍କର ମୃତଦେହ ଫେରିବା ପରେ ପୂରା ପରିବାର ଭାଙ୍ଗି ପଡ଼ିଛି। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇବା ପରେ ପରିବାର ଉପରେ ଅଦିନିଆ ବଜ୍ର ପଡ଼ିଛି।

ଏପଟେ ପାରିନୂଆଗାଁ ସନ୍ତୋଷ ବେହେରାଙ୍କ ପରିବାରର ଭୀଷଣ ଚିନ୍ତାରେ ପଡ଼ିଛନ୍ତି। ୧୦ ମାସ ତଳେ ଦୁବାଇ ଯାଇଥିବା ସନ୍ତୋଷ ସେଠାରେ ରୋଗରେ ପଡ଼ିଛନ୍ତି। ତାଙ୍କୁ ଘରକୁ ପଠାଇବା ପାଇଁ କମ୍ପାନୀ ମାଗୁଛି ଲକ୍ଷେ ଟଙ୍କା। ଏତେ ଟଙ୍କା କେଉଁଠୁ ଆଣିବେ, ସେହି ଚିନ୍ତାରେ ପରିବାର ଲୋକେ।

ଦାଦନ ଧନ୍ଦାରେ ମାଲାମାଲ୍ ହେଉଛନ୍ତି ଦଲାଲ୍। କିନ୍ତୁ ବାଜିରେ ଲାଗୁଛି ନିରୀହ ଶ୍ରମିକଙ୍କ ଜୀବନ। ଗଞ୍ଜାମ ଜିଲ୍ଲାରୁ ଶହଶହ ଶ୍ରମିକଙ୍କୁ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଦଲାଲମାନେ ବିଦେଶ ପଠାଉଥିବା ଅଭିଯୋଗ ହୋଇଛି। ତେବେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି, ବାହାରକୁ ଯିବା ପୂର୍ବରୁ ଶ୍ରମିକଙ୍କୁ ସରକାରୀ ପଞ୍ଜିକରଣ ପାଇଁ ସଚେତନ କରାଯାଉଛି।

ସରକାରୀ ତଥ୍ୟ କହୁଛି, ଗତ ୨ ବର୍ଷରେ ବିଦେଶରୁ ୧୮ ଦାଦନ ଶ୍ରମିକଙ୍କ ମୃତଦେହ ଓଡ଼ିଶା ଫେରିଛି। ୨୦୧୮-୧୯ ବର୍ଷରେ ରାଜ୍ୟର ମୋଟ ୭୨ ଜଣ ଶ୍ରମିକ ବିଦେଶରୁ ଉଦ୍ଧାର ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାର ୬୨ ଜଣ ସାଉଦି ଆରବରୁ ଉଦ୍ଧାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story