କରୋନା ମୃତ୍ୟୁ: କ୍ଷତିପୂରଣ ପାଇଁ ପଡ଼ି ରହିଛି ୧୧୦୦ରୁ ଅଧିକ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଓଡ଼ିଶାରେ ସମସ୍ତ କରୋନା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କୋଭିଡ୍ କ୍ଷତିପୂରଣ ଦେବା ସମ୍ଭବପର ହୋଇପାରିନି। କରୋନାରେ ନିଜର ପ୍ରିୟଜନଙ୍କୁ ହରାଇ କ୍ଷତିପୂରଣ ପାଇଁ ଆବେଦନ କରିଥିବା ସତ୍ତ୍ୱେ ଏବେବି ୧୧୦୦ରୁ ଅଧିକ ଆବେଦନକୁ ଜିଲ୍ଲା ପ୍ରଶାସନ ଝୁଲାଇ ରଖିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ମୃତ୍ୟୁ ସାର୍ଟିଫିକେଟ୍ ଦେଉନଥିବା ଯୋଗୁ ଏହି ଆବେଦନଗୁଡ଼ିକ ପଡ଼ି ରହିଛି ଓ ସେମାନେ କ୍ଷତିପୂରଣ ପାଇବାରୁ ବଂଚିତ […]

corona

corona

Ordigital Desk
  • Published: Thursday, 10 March 2022
  • Updated: 10 March 2022, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଓଡ଼ିଶାରେ ସମସ୍ତ କରୋନା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କୋଭିଡ୍ କ୍ଷତିପୂରଣ ଦେବା ସମ୍ଭବପର ହୋଇପାରିନି। କରୋନାରେ ନିଜର ପ୍ରିୟଜନଙ୍କୁ ହରାଇ କ୍ଷତିପୂରଣ ପାଇଁ ଆବେଦନ କରିଥିବା ସତ୍ତ୍ୱେ ଏବେବି ୧୧୦୦ରୁ ଅଧିକ ଆବେଦନକୁ ଜିଲ୍ଲା ପ୍ରଶାସନ ଝୁଲାଇ ରଖିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ମୃତ୍ୟୁ ସାର୍ଟିଫିକେଟ୍ ଦେଉନଥିବା ଯୋଗୁ ଏହି ଆବେଦନଗୁଡ଼ିକ ପଡ଼ି ରହିଛି ଓ ସେମାନେ କ୍ଷତିପୂରଣ ପାଇବାରୁ ବଂଚିତ ହୋଇଛନ୍ତି। ଯାହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଅସନ୍ତୋଷ ବ୍ୟକ୍ତ କରିବା ସହ ମାର୍ଚ୍ଚ ୧୪ତାରିଖ ସୁଦ୍ଧା ସମସ୍ତ ଆବେଦନକାରୀଙ୍କୁ ମୃତ୍ୟୁ ସାର୍ଟିଫିକେଟ୍ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କରୋନାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କୁ ମାର୍ଚ୍ଚ ୭ତାରିଖ ସୁଦ୍ଧା ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ କଡ଼ା ତାଗିଦ୍ କରିଥିଳେ । କିନ୍ତୁ କେତେକ ଜିଲ୍ଲାରେ ମୃତ୍ୟୁ ସାର୍ଟିଫିକେଟ୍ ମଞ୍ଜୁର କରିବାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଟାଳଟୂଳ ନୀତି ଆପଣାଉଥିବାରୁ ଏବେବି ୧୧୧୫ଟି ଆବେଦନ ପଡ଼ି ରହିଛି । କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସମଗ୍ର ରାଜ୍ୟରେ ମୋଟ ୧୭୧୧୫ଟି ଆବେଦନ ମିଳିଥିଲା ।

ସେଥିରୁ ୧୬ହଜାର ଆବେଦନକୁ ଗ୍ରହଣ କରି ସେମାନଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଜ୍ୟ ସରକାର ପ୍ରଦାନ କରିସାରିଛନ୍ତି । ତେବେ ଏତେ ସଂଖ୍ୟକ ଆବେଦନ ପଡ଼ି ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆରକେ ଶର୍ମା ସମସ୍ତ ସିଡିଏମଓଙ୍କୁ କଡ଼ା ତାଗିଦ୍ କରି ଆବେଦନକାରୀମାନଙ୍କୁ ଅଯଥା ହଇରାଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ କୌଣସି ଅତିରିକ୍ତ ଆବେଦନ ପତ୍ର ଓ ଅଯଥା ହଇରାଣ ନକରି ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି କୋଭିଡ କ୍ଷତିପୂରଣ ପାଇଁ ହୋଇଥିବା ଆବେଦନଗୁଡ଼ିକର ତୁରନ୍ତ ସମାଧାନ ପାଇଁ ତାଗିଦ୍ କରିଛନ୍ତି । ଆବେଦନକାରୀଙ୍କୁ ଅଯଥା ହଇରାଣ ନକରି କୋଭିଡ୍ ଯୋଗୁ ମୃତ୍ୟୁ ହୋଇଛି ଦର୍ଶାଇ ଡେଥ୍ ସାର୍ଟିଫିକେଟ ଦେବାକୁ କହିଛନ୍ତି । କୋଭିଡରେ ମୃତ୍ୟୁ ସମ୍ପର୍କରେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଥ୍ୟ ମୃତ୍ୟୁର ପରଦିନ ପଠାଇବାକୁ ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ଭୁବନେଶ୍ୱର ମହାନଗର ନିଗମ ଓ ସିଡିଏମଓମାନଙ୍କୁ ମଧ୍ୟ ମୃତକଙ୍କ ଠିକଣାରେ ତ୍ରୁଟି ଥିଲେ ସେମାନେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେଠାରୁ ତଥ୍ୟ ନେଇ ଉକ୍ତ ରେକର୍ଡକୁ ଠିକ୍ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଶର୍ମା ପରାମର୍ଶ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story