କରୋନା: ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପାଇଁ ଗାଇଡଲାଇନ, ଜିଲ୍ଲାପାଳ ଦେବେ ଦୈନିକ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ଓ ସ୍ୱାଭାବିକ ସ୍ଥିତାବସ୍ଥା ଫେରାଇ ଆଣିବା ନିମନ୍ତେ ଜିଲ୍ଲାଗୁଡ଼ିକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। କୋଭିଡ-୧୯ ବା କରୋନାର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ନିମନ୍ତେ ନିଯୁକ୍ତି ପାଇଥିବା ୨୨ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅତିକମରେ ୧୫ଦିନରେ ଥରେ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁଖ୍ୟ […]

corona-in-jajpur

corona-in-jajpur

Manoranjan Sial
  • Published: Wednesday, 29 April 2020
  • Updated: 29 April 2020, 09:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ଓ ସ୍ୱାଭାବିକ ସ୍ଥିତାବସ୍ଥା ଫେରାଇ ଆଣିବା ନିମନ୍ତେ ଜିଲ୍ଲାଗୁଡ଼ିକ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ରାଜ୍ୟ ସରକାର ଆଜି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। କୋଭିଡ-୧୯ ବା କରୋନାର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ନିମନ୍ତେ ନିଯୁକ୍ତି ପାଇଥିବା ୨୨ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅତିକମରେ ୧୫ଦିନରେ ଥରେ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁଖ୍ୟ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିବେ। ସେହିପରି ଜିଲ୍ଲାରେ ଘଟୁଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଜିଲ୍ଲାପାଳମାନେ ଦୈନିକ ସେମାନଙ୍କ ଜିଲ୍ଲା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକମାନଙ୍କୁ ରିପୋର୍ଟ ପ୍ରଦାନ କରିବେ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କୋଭିଡ-୧୯ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟ ସମ୍ପର୍କରେ ସୂଚିତ କରାଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାରେ କୋଭିଡ-୧୯ ପରିଚାଳନା କାର୍ଯ୍ୟର ତଦାରଖ ସମେତ ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ଓ ସଂକ୍ରମଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହେଉଥିବା ସମସ୍ତ ଗାଇଡଲାଇନ, ପରାମର୍ଶନାମା ଓ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର(ଏସଓପି) ଆଦିକୁ ପାଳନ କରି ଜିଲ୍ଲାରେ ସମସ୍ତ ପ୍ରକାରର ଆର୍ଥିକ ଗତିବିଧିକୁ ଉନ୍ମୁକ୍ତ କରିବା ସହ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ-୧୯ ସଂକ୍ରମଣକୁ ରୋକିବା ଦିଗରେ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ପ୍ରଶାସନକୁ ଗାଇଡ୍ କରିବେ ।

ପଂଚାୟତ ଓ ସହରାଂଚଳରେ କ୍ୱାରେଣ୍ଟାଇନ ସୁବିଧା ଓ ସ୍ୱାସ୍ଥ୍ୟ ବିଭାଗର ପ୍ରୋଟୋକଲ ଅନୁସାରେ ନମୂନା ପରୀକ୍ଷା, ପଂଚାୟତସ୍ତରରେ ଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ରରେ ଯେଭଳି ନିଶ୍ଚିତ ପରିଚ୍ଛନ୍ନତା ଓ ସାମାଜିକ ଦୂରତ୍ୱ ବଜାୟ ରହିବ ତାହା ଦେଖିବେ। ଗାଁ ଭିତରକୁ କେହି ଯେଭଳି ଅନୁପ୍ରବେଶ ନକରିବେ ସେନଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଶୃଙ୍ଖଳା ମଧ୍ୟ ରକ୍ଷା କରିବା ପର୍ଯ୍ୟବେକ୍ଷକମାନଙ୍କ କାର୍ଯ୍ୟ ହେବ। କୋଭିଡ-୧୯ ହସ୍ପିଟାଲର ଓ ବ୍ଲକସ୍ତରରେ କୋଭିଡ କେୟାର ସେଂଟରର ପରିଚାଳନା ଦାୟିତ୍ୱ, କୋଭଇଡ-୧୯ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଓ ମୁତୟନ, ପିଡିଏସ୍ ସାମଗ୍ରୀ, ମଧ୍ୟାହ୍ନ ଭୋଜନ ସାମଗ୍ରୀ, ନଗଦ ସହାୟତା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ, ସାମାଜିକ ଦୂରତ୍ୱ ବଜାୟ ରଖି ହାଟବଜାର ସ୍ୱାଭାବିକ ଭାବେ ଖୋଲିବା ସହ ଆର୍ଥିକ ଗତିବିଧି ଯଥା ଶ୍ରମନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ, ସରକାରୀ ଓ ଘରୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ, ଶିଳ୍ପ ଓ ଖଣି କାର୍ଯ୍ୟ ପୁନଃ ଆରମ୍ଭ, ଶ୍ରମିକମାନଙ୍କର ରାଜ୍ୟ ଓ ଜିଲ୍ଲା ଭିତରେ ଚଳପ୍ରଚଳ, କୃଷି ଭିତ୍ତିକ କାର୍ଯ୍ୟ, ଚାଷୀଙ୍କୁ ଋଣ ଓ ମାଲବାହୀ ଟ୍ରକଗୁଡ଼ିକର ଚାଳନା ଆଦି ପ୍ରସଙ୍ଗରେ ପର୍ଯ୍ୟବେକ୍ଷକମାନେ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ବୋଲି ଶ୍ରୀ ଜେନା ଆଜି ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story