ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ ତାଙ୍କ ବୟସ ୩୮ ବର୍ଷ।
Regret to inform that one female #Covid19 positive patient of Bhubaneswar, aged 38 years, who was under long-standing treatment for psoriasis and was on immunosuppressant drugs, has passed away.
Cause of death was septic shock with multi-organ failure.
— H & FW Dept Odisha (@HFWOdisha) June 11, 2020
ମହିଳା କରୋନା ସଂକ୍ରମିତ ହୋଇଥିଲେ ବି ଦୀର୍ଘ ଦିନ ହେଲା ସେ ସୋରିଆସିସ୍ ରୋଗରେ ପୀଡ଼ିତ ଥିଲେ। ସେପ୍ଟିକ ସକ୍ ଓ ମଲ୍ଟି ଅର୍ଗାନ ଫେଲ୍ ପାଇଁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଦର୍ଶାଇବା ସହ ଅଦର ଦାନ୍ କୋଭିଡ୍ ପାଇଁ ଥିବା ସ୍ଥାନରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି କରାଯାଇଛି । ତେବେ କରୋନା ଜନିତ ମୃତ୍ୟୃ ସଂଖ୍ୟା ୯ରେ ସ୍ଥିର ରହିଥିବା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଦର୍ଶାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।