କରୋନା ଚିକିତ୍ସା: ଆଦିବାସୀ ଜିଲ୍ଲାରେ ନାହିଁ ଆଇସିୟୁ କି ଭେଣ୍ଟିଲେଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ଆଦିବାସୀବହୁଳ ଜିଲ୍ଲାରେ କୋଭିଡ୍ ଚିକିତ୍ସା ଭିତ୍ତିଭୂମି ଉଦବେଗଜନକ ସ୍ଥିତିରେ ରହିଛି। ଏପଟେ କୋଭିଡ୍ ଚିକିତ୍ସା ନିମନ୍ତେ କେନ୍ଦ୍ର ସରକାର ଦେଇଥିବା ଚିକିତ୍ସା ଉପକରଣଗୁଡ଼ିକୁ ଉପଯୋଗ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି। କୋଭିଡ୍ ଚିକିତ୍ସାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଥିବାବେଳେ ବିଜେପି ସାଂସଦ ସୁରେଶ ପୂଜାରୀ ପାଦେ ଆଗକୁ ଯାଇ ଦିଲ୍ଲୀ […]

vantileter

vantileter

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 07:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇ ଚାଲିଥିଲେ ମଧ୍ୟ ଆଦିବାସୀବହୁଳ ଜିଲ୍ଲାରେ କୋଭିଡ୍ ଚିକିତ୍ସା ଭିତ୍ତିଭୂମି ଉଦବେଗଜନକ ସ୍ଥିତିରେ ରହିଛି। ଏପଟେ କୋଭିଡ୍ ଚିକିତ୍ସା ନିମନ୍ତେ କେନ୍ଦ୍ର ସରକାର ଦେଇଥିବା ଚିକିତ୍ସା ଉପକରଣଗୁଡ଼ିକୁ ଉପଯୋଗ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇନାହାନ୍ତି। କୋଭିଡ୍ ଚିକିତ୍ସାର ବିଫଳତାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଓ କଂଗ୍ରେସ କଡ଼ା ସମାଲୋଚନା କରିଥିବାବେଳେ ବିଜେପି ସାଂସଦ ସୁରେଶ ପୂଜାରୀ ପାଦେ ଆଗକୁ ଯାଇ ଦିଲ୍ଲୀ ଭଳି ଓଡ଼ିଶାର ଦାୟିତ୍ୱ କେନ୍ଦ୍ର ସରକାର ନେଇ କରୋନା ସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ ବୋଲି ଦାବି କରିଛନ୍ତି।

ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, କୋଭିଡ୍ ଚିକିତ୍ସା ନିମନ୍ତେ କେନ୍ଦ୍ର ସରକାର ଓଡ଼ିଶାକୁ ୮.୫୦ଲକ୍ଷ ଏନ-୯୫ ମାସ୍କ, ୨.୫୩ଲକ୍ଷ ପିପିଇ କିଟ, ୧୩.୫ଲକ୍ଷ ହାଇଡ୍ରୋ କ୍ଲୋରୋକୁଇନ୍ ଟାବଲେଟ ଓ ୫୬୭ଟି ଭେଣ୍ଟିଲେଟର ଯୋଗାଇ ଦେଇଛନ୍ତି। ଏହାସହିତ ଦୁଇଟି ପର୍ଯ୍ୟାୟରେ ୮୪.୬୩ କୋଟି ଟଙ୍କା ମଞ୍ଜୁର କରି ସେଥିରୁୁ ୬୫.୪୯କୋଟି ଟଙ୍କା ମଧ୍ୟ ପ୍ରଦାନ କରିସାରିଛନ୍ତି। ତେବେ ଓଡ଼ିଶାକୁ ଆବଣ୍ଟିତ ହୋଇଥିବା ୫୬୭ଟି ଭେଣ୍ଟିଲେଟର ମଧ୍ୟରୁ ସେପ୍ଟେମ୍ବର ୧୪ତାରିଖ ସୁଦ୍ଧା ରାଜ୍ୟ ସରକାର ମାତ୍ର ୧୪୭ଟି ଭେଣ୍ଟିଲେଟରକୁ ଉପଯୋଗରେ ଲଗାଇ ପାରିଛନ୍ତି ବୋଲି ଶ୍ରୀ ଚୌବେ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ସୂଚନାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କେନ୍ଦ୍ର ସରକାର ଦେଇଥିବା ଭେଣ୍ଟିଲେଟରରୁ ବାକି ୪୨୦ଟି ଭେଣ୍ଟିଲେଟର ଏବେବି ରାଜ୍ୟ ସରକାରଙ୍କ ଗୋଦାମରେ ପଡ଼ି ରହିଛି।

ଅନ୍ୟପକ୍ଷରେ,ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡର ତଥ୍ୟ ଅନୁସାରେ ରାଜ୍ୟରେ ଏବେ ୪୮ଟି କୋଭିଡ୍ ହସ୍ପିଟାଲରେ ୭୩୨୮ଟି ଜେନେରାଲ ବେଡ୍ ଓ ୭୧୦ଟି ଆଇସିୟୁ ବେଡ୍ ରହିଛି। ଆଦିବାସୀବହୁଳ ଜିଲ୍ଲା କୋରାପୁଟ କୋଭିଡ୍ ହସ୍ପିଟାଲରେ ୧୪୭ଟି ବେଡ୍ ଥିବାବେଳେ ମାତ୍ର ଗୋଟିଏ ଆଇସିୟୁ ବେଡ୍ ଓ ମାଲକାନଗିରିରେ ୨ଟି କୋଭିଡ୍ ହସ୍ପିଟାଲରେ ୩୪୬ଟି ବେଡ୍ ଓ ୪ଟି ଆଇସିୟୁ ବେଡ୍ ରହିଛି। ସେହିପରି ଦେବଗଡ଼ରେ ୧୯୪ଟି ଓ ବୌଦ୍ଧରେ ୧୨୦ଟି ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଥିଲେ ମଧ୍ୟ ଗୋଟିଏ ବି ଆଇସିୟୁ ବେଡ୍ ନାହିଁ। ମୟୂରଭଞ୍ଜ ଜିଲ୍ଲାରେ ୧୯୦ଟି ବେଡ୍ ଓ ୧୦ଟି ଆଇସିୟୁ ବେଡ୍ ଥିବାବେଳେ ଗଞ୍ଜାମରେ ୭ଟି କୋଭିଡ୍ ହସ୍ପିଟାଲରେ ୧୧୧୫ଟି ବେଡ୍ ଓ ୧୪୮ଟି ଆଇସିୟୁ ବେଡ୍ ରହିଛି। ସେହିପରି କଟକରେ ୨ଟି କୋଭିଡ୍ ହସ୍ପିଟାଲରେ ୨୬୬ଟି ବେଡ୍ ଓ ୩୪ଟି ଆଇସିୟୁ, ଖୋର୍ଦ୍ଧାରେ ୪ଟି କୋଭିଡ୍ ହସ୍ପିଟାଲରେ ୧୧୮୦ଟି ବେଡ୍ ଓ ୨୩୬ଟି ଆଇସିୟୁ ରହିଛି ବୋଲି ସରକାରଙ୍କ ୱେବସାଇଟରୁ ସୂଚନା ମିଳିଛି। ତେଣୁ ରାଜ୍ୟରେ ଯଦି କୋଭିଡ୍ ଚିକିତ୍ସା ପାଇଁ ଆଇସିୟୁ ବେଡ୍‌ର ଅବସ୍ଥା ଏଭଳି ତା’ହେଲେ ସେସବୁ ସ୍ଥାନରେ କେତେ ପରିମାଣର ଭେଣ୍ଟିଲେଟର ଥିବ ତାହା ସହଜେ ଅନୁମେୟ।

ସେହି ଡ୍ୟାସବୋର୍ଡ (ୱେବସାଇଟ) ଅନୁସାରେ ରାଜ୍ୟରେ ଆଜିସୁଦ୍ଧା ମୋଟ ୩୮୧୫୮ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୭୨୧ଜଣଙ୍କ ମୃତ୍ୟୁ ହୋଇସାରିଛି। ଏବେସୁଦ୍ଧା ରାଜ୍ୟରେ ୧ଲକ୍ଷ ୮୮ହଜାର ୩୧୧ଜଣ ସଂକ୍ରମିତ ହୋଇ ୧ଲକ୍ଷ ୪୯ହଜାର ୩୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ଏତେ ପରିମାଣର ଚିକିତ୍ସା ଉପକରଣ ଦେଇଥିବାବେଳେ ରାଜ୍ୟ ସରକାର ସେସବୁକୁ କାହିଁକି ଉପଯୋଗ କରିନାହାନ୍ତି। ଏସବୁ ଉପକରଣ ଦ୍ୱାରା ଭିତ୍ତିଭୂମିରେ ସୁଧାର ସହ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳିପାରନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos