‘ଯେଉଁଠି ଥିଲେ ବି ଟିକା ନେବାରେ ବାଧା ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଜାଗାରେ ଡାଟାବେସ୍‌ ଥିବା ବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ବି ଟିକା ଦାନରୁ ବଞ୍ଚିତ ହେବେ ନାହିଁ। ଗୋଟିଏ ସ୍ଥାନରେ ଟିକା ନେଇ ଯଦି ବଦଳି ହୋଇ ଅନ୍ୟ ସ୍ଥାନକୁ ଯାଇଥାନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତି ଦ୍ୱିତୀୟ ସ୍ଥାନରେ ମଧ୍ୟ ଟିକା ନେଇପାରିବେ। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଅନ୍ୟ ସ୍ଥାନରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ସେମାନଙ୍କୁ ଟିକାଦାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ […]

vaaaa

vaaaa

Niharika Rout
  • Published: Wednesday, 20 January 2021
  • Updated: 20 January 2021, 02:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଜାଗାରେ ଡାଟାବେସ୍‌ ଥିବା ବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ବି ଟିକା ଦାନରୁ ବଞ୍ଚିତ ହେବେ ନାହିଁ। ଗୋଟିଏ ସ୍ଥାନରେ ଟିକା ନେଇ ଯଦି ବଦଳି ହୋଇ ଅନ୍ୟ ସ୍ଥାନକୁ ଯାଇଥାନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତି ଦ୍ୱିତୀୟ ସ୍ଥାନରେ ମଧ୍ୟ ଟିକା ନେଇପାରିବେ। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତି ଅନ୍ୟ ସ୍ଥାନରେ ଦ୍ୱିତୀୟ ଡୋଜ୍ ନେଇପାରିବେ। ସେମାନଙ୍କୁ ଟିକାଦାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଏନେଇ ନିର୍ଦ୍ଦେଶକ କହିଛନ୍ତି,  ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲିଛି, ଗତକାଲି ୧୮୨ ସେସନ ଟିକାକରଣ କେନ୍ଦ୍ର କାର୍ଯ୍ୟ କରୁଥିଲା। ଟାର୍ଗେଟ  ୧୬,୨୬୧ ଥିବା ବେଳେ ୧୪,୨୯୧  ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଛି।  ୮୮ % ଟିକାକରଣ ହୋଇଥିବା ବେଳେ ୧୩ଟି ଜିଲ୍ଲାରେ ଟାଗେର୍ଟ ହାସଲ ହୋଇଥିଲା। ୩ ଜଣଙ୍କ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା।  ତେବେ ଏହି ଟିକା ନେଇଥିବା ସମସ୍ତ ବ୍ୟକ୍ତି ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଟିକା ନେବା ସମୟରେ ଯେଉଁମାନେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ନିକଟକୁ ପୁଣିଥରେ ଟିକା ନେବା ପାଇଁ ମେସେଜ ଯାଉଥିବା କହିଛନ୍ତି ରେଜିଷ୍ଟର।

ଏଥିସହ ନିର୍ଦ୍ଦେଶକ କହିଛନ୍ତି, ଆଜି ୯୨ଟି କେନ୍ଦ୍ରରେ ୮ ହଜାର ୭୪୪ ଜଣଙ୍କୁ ଟିକାକରଣ ଲକ୍ଷ୍ୟ। ଟିକାକରଣ ପାଇଁ ରାଜ୍ୟରେ ପୁଣି ୨୫ ଲକ୍ଷ ସିରିଞ୍ଜ୍ ପହଞ୍ଚିଛି। ଗତକାଲି ଆସିଥିବା କୋଭିସିଲ୍ଡ  ଟିକା ୨/୩ ଦିନରେ ବିଭିନ୍ନ ଜିଲ୍ଲାକୁ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos