ମେଡିକାଲ କଲେଜ ନିର୍ମାଣ ଦୁର୍ନୀତି: ଧରିଲେ ସିଏଜି, ଫାଙ୍କିଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ମେଡିକାଲ କଲେଜ ନିର୍ମାଣରେ ୪୦କୋଟି ଟଙ୍କାର ଅନିୟମିତତା ହୋଇଥିବା ତଥା ୨ଟି ଠିକାଦାରୀ ସଂସ୍ଥାକୁ ବେଆଇନ ଭାବେ ଏହି ଅର୍ଥ ଦିଆଯାଇଥିବା ନେଇ ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଧରିଲେ। କିନ୍ତୁ ରାଜ୍ୟ ସରକାର ଏଭଳି ଦୁର୍ନୀତିକୁ ରୋକଠୋକ୍ ଫାଙ୍କି ଦେଇଛନ୍ତି। ସିଏଜି ତାଙ୍କ ଅଡିଟରେ ଏଭଳି ଅନିୟମିତତାର ତଥ୍ୟ ପ୍ରମାଣ ଦେଇଥିବାବେଳେ ସରକାର ଏହାକୁ କିଭଳି ଫାଙ୍କିଦେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, […]

Balasore-medical-college11

Balasore-medical-college11

Manoranjan Sial
  • Published: Tuesday, 26 November 2019
  • Updated: 26 November 2019, 08:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ମେଡିକାଲ କଲେଜ ନିର୍ମାଣରେ ୪୦କୋଟି ଟଙ୍କାର ଅନିୟମିତତା ହୋଇଥିବା ତଥା ୨ଟି ଠିକାଦାରୀ ସଂସ୍ଥାକୁ ବେଆଇନ ଭାବେ ଏହି ଅର୍ଥ ଦିଆଯାଇଥିବା ନେଇ ସିଏଜି ତାଙ୍କ ଅଡିଟ୍ ରିପୋର୍ଟରେ ଧରିଲେ। କିନ୍ତୁ ରାଜ୍ୟ ସରକାର ଏଭଳି ଦୁର୍ନୀତିକୁ ରୋକଠୋକ୍ ଫାଙ୍କି ଦେଇଛନ୍ତି। ସିଏଜି ତାଙ୍କ ଅଡିଟରେ ଏଭଳି ଅନିୟମିତତାର ତଥ୍ୟ ପ୍ରମାଣ ଦେଇଥିବାବେଳେ ସରକାର ଏହାକୁ କିଭଳି ଫାଙ୍କିଦେଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ୫ଟି ମେଡିକାଲ କଲେଜ ନିର୍ମାଣରେ ସାଂଘାତିକ ଦୁର୍ନୀତି ହୋଇଛି ବୋଲି ସିଏଜି ଯେଉଁ ରିପୋର୍ଟ ସରକାରଙ୍କୁ ମାଗିଛନ୍ତି ସେଥିରେ ସତ୍ୟତା ନାହିଁ। ମେଡିକାଲ କଲେଜ କୋଠା ନିର୍ମାଣ ପାଇଁ ଠିକାଦାରମାନେ ଦାଖଲ କରିଥିବା ଟେଣ୍ଡର କୋଟେସନରେ ସେବାକର ବ୍ୟତୀତ ଅନ୍ୟସବୁ ପ୍ରଚଳିତ କର ମିଶାଇଥିଲେ। ତେଣୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ଠିକାଦାରଙ୍କୁ ସେବାକର ବାବଦରେ ଅତିରିକ୍ତ ୪୦କୋଟି ଟଙ୍କା ଦେଇଥିବା କଥା ସତ ନୁହେଁ। ପୁରୀ, ବାଲେଶ୍ୱର ଓ ବାରିପଦା କଲେଜ ନିର୍ମାଣ ପାଇଁ ମେସର୍ସ ଏଲଆଣ୍ଡଟି ଲିଃ କମ୍ପାନୀ ଏବଂ କୋରାପୁଟ ଓ ବଲାଙ୍ଗିର କଲେଜ ନିର୍ମାଣ କାର୍ଯ୍ୟ ପାଇଁ ମେସର୍ସ ଶିପୋର୍ଜି ପାଲୋଞ୍ଜି କମ୍ପାନୀ ଲିଃ ସହ ଯଥାକ୍ରମେ ୨୦୧୫ ମାର୍ଚ୍ଚ ୨୦ ଓ ୨୦୧୫ ମାର୍ଚ୍ଚ ୧୮ତାରିଖରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ସେ ସମୟରେ ସରକାରୀ ନିୟମ ଅନୁସାରେ ସେବାକର ଧାର୍ଯ୍ୟ ହେବାର ନଥିଲା।

ନୂଆ ନିୟମ(୨୦୧୬) ମସିହା ଅନୁସାରେ ଠିକାଦାରମାନେ ସେବାକର ସରକାରଙ୍କୁ ଦେଇ ତତସମ୍ବନ୍ଧୀୟ ଚାଲାଣ ଉପସ୍ଥାପନ କରି ପୂର୍ତ୍ତ ବିଭାଗର ଡିଭିଜନରୁ ଚୁକ୍ତି ମୁତାବକ ପରିଶୋଧ କରାଇଥିଲେ। ୨୦୧୯ ମସିହା ମାର୍ଚ୍ଚ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷପରେ ଠିକାଦାରଙ୍କୁ ୧୦୩୪୫୩.୦୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ତାଙ୍କ ପ୍ରାପ୍ୟରୁ ଭାଟ, ରୟାଲିଟି ଓ ଆୟକର ପ୍ରଭୃତି କାଟି ଦିଆଯାଇଛି। ତେଣୁ ଠିକାଦାରୀ ସଂସ୍ଥାକୁ କୌଣସି ଅନୁକମ୍ପା ଦେଖାଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଧାନସଭ।ରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ଗଣେଶ ରାମ ସି ଖୁଣ୍ଟିଆଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ୫ଟି ମେଡିକାଲ କୋଠା ନିର୍ମାଣ ପାଇଁ ଉକ୍ତ ୨ ଠିକାଦାରୀ ସଂସ୍ଥାକୁ ପ୍ରାୟ ୪୦କୋଟି ଟଙ୍କା ବେଆଇନ ଭାବେ ଦିଆଯାଇଥିବା ନେଇ ସିଏଜି ତଥ୍ୟ ପ୍ରମାଣ ସହ ସରକାରଙ୍କୁ ଦେଇଥିଲେ। ଏପରିକି ଦୁଇ ଠିକାଦାରୀ ସଂସ୍ଥା ସହ ରାଜ୍ୟ ସରକାର କରିଥିବା ବୁଝାମଣାରେ ପ୍ରକଳ୍ପ ଅର୍ଥ ପରିମାଣ ମଧ୍ୟରେ ସମସ୍ତ ପ୍ରକାରର ଟିକସକୁ ସାମିଲ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିବାବେଳେ କିଭଳି ସେବା ଟିକସ ନାଁରେ ପୁଣି ୪୦କୋଟି ଟଙ୍କା ସରକାର ଦେଲେ ତାକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ। ସିଏଜିଙ୍କ ଏହି ତଥ୍ୟ ଓ ଅନିୟମିତତା ସମ୍ପର୍କରେ ନଭେମ୍ବର ୫ତାରିଖରେ ‘ଓଡ଼ିଶା ରିପୋର୍ଟର’ ସର୍ବପ୍ରଥମେ ଖବର ପ୍ରକାଶ କରିଥିଲା। କିନ୍ତୁ ସିଏଜି ଯେଉଁ ପ୍ରସଙ୍ଗ ଉଠାଇଥିଲେ ତାକୁ ଏଡ଼ାଇ ଯାଇ ରାଜ୍ୟ ସରକାର ଏବେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ଖସିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story