ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ତାଲିବାନୀ ଜୁଲୁମ୍‌

ଗଜପତି/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର) :ଚାକିରି କଲା ବୋଲି ବୋହୂକୁ ବାସନ୍ଦ କରିଦେଲେ ଶାଶୁଘର ଲୋକେ। କେବଳ ଏତିକି ନୁହେଁ, ଗାଁ ଦାଣ୍ଡରେ କିଛି ମୁଷ୍ଟିମେୟ ଲୋକେ ନିଶାପ କରି ପୈତୃକ ଗାଁରୁ ବୋହୂ ସହ ତାଙ୍କ ବାପା, ମା’ଙ୍କୁ ବିଦା କରିଦେଇଛନ୍ତି।  ଏଭଳି ନିର୍ଯାତନା ପରେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି କେହି କର୍ଣ୍ଣପାତ କରିନାହାଁନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳିକାଟୁରେ ଘଟିଛି। ଅନ୍ଧାରି ଶାସନରେ ଦୁର୍ବିସହ […]

76543

76543

Tapas Behera
  • Published: Sunday, 20 October 2019
  • Updated: 20 October 2019, 08:31 PM IST

Sports

Latest News

ଗଜପତି/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର) :ଚାକିରି କଲା ବୋଲି ବୋହୂକୁ ବାସନ୍ଦ କରିଦେଲେ ଶାଶୁଘର ଲୋକେ। କେବଳ ଏତିକି ନୁହେଁ, ଗାଁ ଦାଣ୍ଡରେ କିଛି ମୁଷ୍ଟିମେୟ ଲୋକେ ନିଶାପ କରି ପୈତୃକ ଗାଁରୁ ବୋହୂ ସହ ତାଙ୍କ ବାପା, ମା’ଙ୍କୁ ବିଦା କରିଦେଇଛନ୍ତି।  ଏଭଳି ନିର୍ଯାତନା ପରେ ନ୍ୟାୟ ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ବି କେହି କର୍ଣ୍ଣପାତ କରିନାହାଁନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳୀ ହିଞ୍ଜିଳିକାଟୁରେ ଘଟିଛି।

ଅନ୍ଧାରି ଶାସନରେ ଦୁର୍ବିସହ ଜୀବନ ଜୀଉଁଥିବା ଜଣେ ପୀଡ଼ିତାଙ୍କ ଦରଦଭରା କାହାଣୀ। ତାଲିବାନୀ ଶାସନର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ । ଚାକିରି କଲେ ବୋଲି ସ୍ୱାମୀ, ଶାଶୂ, ଶ୍ୱଶୁର ସହ ସାରା ଗାଁ ଲୋକଙ୍କ ବାସନ୍ଦର ବେଦନାରେ ଆଜି ଦହଗଞ୍ଜ ହେଉଛନ୍ତି ହିଞ୍ଜିଳିକାଟୁ ବଡ଼ଖଣ୍ଡି ଗାଁର ମମତା ନାଡ଼ି । ସହକାରୀ ଶିକ୍ଷୟିତ୍ରୀ ଭାବେ ଚାକିରି କରୁଛନ୍ତି ଗଜପତି ଜିଲ୍ଲା ଲକ୍ଷ୍ମୀପୁରରେ । ପାଖରେ ସନ୍ତାନଟିଏ ବି ଅଛି।

ହେଲେ ଚାକିରି କରୁଥିବାରୁ ଶାଶୁ, ଶ୍ୱଶୁରଙ୍କ ଠାରୁ ଗଞ୍ଜଣା ଶୁଣିବାକୁ ପଡୁଛି। ସ୍ୱାମୀ ବି ତାଙ୍କୁ ମାର୍‌ପିଟ୍ କରିବା ସହ ଚାକିରି ଛାଡ଼ିବାକୁ ଧମକ ଦେଇଛନ୍ତି । କଥା ଏତିକିରେ ସରିନି । ଗାଁ କମିଟି ବୈଠକରେ ମଧ୍ୟ ତାଙ୍କୁ ଚାକିରି ଛାଡ଼ିବାକୁ କୁହାଯାଇଛି। ଶେଷରେ ଗତ ଜୁଲାଇ ୫ରୁ ତାଙ୍କୁ ଏବଂ ତାଙ୍କ ବାପା, ମାଙ୍କୁ ସର୍ବସମ୍ମତି କ୍ରମେ ବାସନ୍ଦ କରାଯାଇଛି।

ଯାହା ଭାଇରାଲ୍ ଭିଡ଼ିଓରେ ନଜର ଆସିଛି।  ଯେଉଁଥିରେ ମମତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବାସନ୍ଦ କରାଯାଇଥିବା ନେଇ ଗାଁ ଦାଣ୍ଡରେ ଘୋଷଣା କରିଚାଲିଛନ୍ତି ଜଣେ ବ୍ୟକ୍ତି। ତାସହ କାହାକୁ ପରିବା କି ସଉଦା ନଦେବାକୁ ତାଗିଦ୍ କରୁଛନ୍ତି। ସେମାନଙ୍କ ସହ କଥାବାର୍ତ୍ତା ହେବାକୁ ବି ମନା କରୁଛନ୍ତି।

ସେପଟେ ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି, ଏସ୍‌ପି, ଜିଲ୍ଲାପାଳ ପ୍ରମୁଖଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ମମତା । ପୈତୃକ ଗାଁରୁ ବାସନ୍ଦର ଯନ୍ତ୍ରଣାରୁ ମୁକ୍ତି ଏବଂ ନ୍ୟାୟ ପାଇଁ ଏକ ଭିଡ଼ିଓରେ ହାତଯୋଡ଼ି ଗୁହାରି ବି କରିଛନ୍ତି ମମତାଙ୍କ ମା। ତେବେ ଶାଶୁଘର ଲୋକେ କହିଛନ୍ତି, ଚାକିରି ପାଇଁ ନୁହେଁ, ବୋହୂ ଅଲଗା ରହୁଥିବାରୁ ଏହି ବିବାଦ ଦେଖାଦେଇଛି।

ମମତାଙ୍କ ଏହି ଯନ୍ତ୍ରଣାର କାହାଣୀ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ଗଂଜାମ ଜିଲ୍ଲା ପ୍ରଶାସନ। ଏସ୍‌ଡିପିଓ ଏବଂ ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି।

ସେହିପରି ଜିଲ୍ଲାପାଳ ମଧ୍ୟ ଘଟଣାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos