କୋଇଲା ଚୁଲା ନିଆଁରେ ଜଳିଗଲେ ଦମ୍ପତି

ଝାରସୁଗୁଡା(ଭାଗିରଥୀ ସାହୁ):କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ଏପରି ଦୁଃଖଦ ଖବର ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି। ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ। ସୂଚନାଯୋଗ୍ୟ, ଗୀତା ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ସହ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ […]

fire

fire

Niharika Rout
  • Published: Friday, 16 October 2020
  • Updated: 16 October 2020, 10:15 AM IST

ଝାରସୁଗୁଡା(ଭାଗିରଥୀ ସାହୁ):କୋଇଲା ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ଏପରି ଦୁଃଖଦ ଖବର ଆଜି ଝାରସୁଗୁଡା ଜିଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି। ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ।

ସୂଚନାଯୋଗ୍ୟ, ଗୀତା ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ସହ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା । ପତ୍ନୀଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ଯାଇ  ଗିରିବର ବି ନିଆଁରେ ନିଜେ ବି ଜଳିଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତଦେହ ପଡିଛି ।  ସେମାନଙ୍କ ପୁଅ ଟ୍ୟୁସନ୍‌ରୁ ଫେରିବା ପରେ ବାପାମା’ଙ୍କ ମୃତଦେହ ଦେଖି  ଭାଙ୍ଗି ପଡ଼ିଥିବା ଜଣାଯାଇଛି।   ପଡୋଶୀ ଓ ରାମପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos