ପୁଲିସ୍‌କୁ ଦେଖି ବିଷ ପିଇଦେଲେ ପ୍ରେମୀ ଯୁଗଳ!

ଭଦ୍ରକ/ଯାଜପୁର (ତପନ ସ୍ୱାଇଁ ଓ ଅଭୟ ପତି): ଭିନ୍ନ ସମ୍ପ୍ରଦାୟର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ ଜଣେ ଯୁବତୀ। ଆଉ ତା’ପରେ ଉଭୟ ବିବାହ କରି ଭଦ୍ରକରେ ଏକ ଭଡ଼ାଘରେ ରହୁଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ଏହି ସମୟରେ ଉଭୟ ଯୁବକ ଓ ଯୁବତୀ ପୁଲିସକୁ ଦେଖି ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଏମିତି। ଆଜକୁ […]

bhadrak.jpg11

Manoranjan Sial
  • Published: Wednesday, 17 July 2019
  • , Updated: 17 July 2019, 06:49 PM IST

ଭଦ୍ରକ/ଯାଜପୁର (ତପନ ସ୍ୱାଇଁ ଓ ଅଭୟ ପତି): ଭିନ୍ନ ସମ୍ପ୍ରଦାୟର ଯୁବକଙ୍କ ସହ ଘରୁ ପଳାଇ ଆସିଥିଲେ ଜଣେ ଯୁବତୀ। ଆଉ ତା’ପରେ ଉଭୟ ବିବାହ କରି ଭଦ୍ରକରେ ଏକ ଭଡ଼ାଘରେ ରହୁଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ଏହି ସମୟରେ ଉଭୟ ଯୁବକ ଓ ଯୁବତୀ ପୁଲିସକୁ ଦେଖି ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ପୂରା ଘଟଣା ଏମିତି। ଆଜକୁ ୧୦ ଦିନ ତଳେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀ ଘରୁ ଲୁଚି ଭଦ୍ରକ ପଳାଇ ଆସିଥିଲେ। ସେମାନେ ନଙ୍ଗାମହଲାରେ ଏକ ଭଡ଼ାଘରେ ରହୁଥିଲେ। ଉଭୟ ବିବାହ କରିଥିବା କୁହାଯାଉଛି।

ଘରୁ ଝିଅ ପଳାଇ ଯିବା ପରେ ପରିବାର ଲୋକେ ଏନେଇ କୋରେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇ ଥିଲା। ମାତ୍ର ତାହା ସମ୍ଭବ ହୋଇପାରିନଥିଲା। ତେବେ ପୁଲିସ ସେମାନଙ୍କ ମୋବାଇଲ୍‌ କଲ୍‌କୁ ଟ୍ରାକ୍‌ କରି ସେମାନଙ୍କ ଠିକଣା ପାଇଥିଲା। ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ପ୍ରେମୀ ଯୁଗଳଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏଥିରେ କେତେକାଂଶରେ ପୁଲିସ ସଫଳ ମଧ୍ୟ ହୋଇଥିଲା।

ଆଜି ସ୍ଥାନୀୟ ଲୋକେ ପ୍ରେମୀ ଯୁଗଳଙ୍କୁ କାବୁ କରି କୋରେଇ ଥାନାକୁ ଖବର ଦେଇଥିଲେ। ଭଦ୍ରକ ଓ କୋରେଇ ପୁଲିସ ମିଳିତ ଭାବେ ସେଠାରେ ପହଞ୍ଚିଥିଲେ। ହେଲେ ପ୍ରେମୀ ଯୁଗଳ ପୁଲିସକୁ ଦେଖି ବିଷ ପିଇ ଦେଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରେମୀକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ପ୍ରେମିକଙ୍କୁ ଭଦ୍ରକ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରେମିକ ଓ ପ୍ରେମିକା ଭିନ୍ନ ଭିନ୍ନ ସମ୍ପ୍ରଦାୟର। ପ୍ରେମିକ ପୂର୍ବରୁ ୨ରୁ ୩ ଜଣ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହେଉଛି। ତେବେ ସେମାନେ ସୁସ୍ଥ ହେବା ପରେ ଯାଇ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ ଆଶା କରୁଛି।

Related story