କୋଭିଡ୍ ଅବ୍ୟବସ୍ଥା: କେଉଁଠି ରିପୋର୍ଟ ଭୁଲ୍ ତ କେଉଁଠି ଚିକିତ୍ସା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କୋଭିଡ-୧୯’ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ରାଜ୍ୟ ସରକାର ନିଜକୁ ଯେତେ ସାବାସି ଦେଲେ ମଧ୍ୟ ବାସ୍ତବ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହେବାରେ ଲାଗିଛି। କେଉଁଠି କରୋନା ସଂକ୍ରମିତ କହି ପ୍ରଶାସନ ଘରୁ ଉଠାଉ ନେଉଛି ଆଉ ୪ଦିନ ପରେ ରିପୋର୍ଟରେ ଭୁଲ୍ ଥିବା କହି କ୍ଷମା ମାଗି ଘରକୁ ଯିବାକୁ କହୁଛି। ଆଉ କେଉଁଠି ସଂକ୍ରମିତ କହି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କଲେବି କୌଣସି ଚିକିତ୍ସା କରୁନି। ଏପରିକି କୋଭିଡ୍ ସଂକ୍ରମିତ […]

corona

corona

Manoranjan Sial
  • Published: Monday, 03 August 2020
  • Updated: 03 August 2020, 05:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କୋଭିଡ-୧୯’ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନାକୁ ନେଇ ରାଜ୍ୟ ସରକାର ନିଜକୁ ଯେତେ ସାବାସି ଦେଲେ ମଧ୍ୟ ବାସ୍ତବ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହେବାରେ ଲାଗିଛି। କେଉଁଠି କରୋନା ସଂକ୍ରମିତ କହି ପ୍ରଶାସନ ଘରୁ ଉଠାଉ ନେଉଛି ଆଉ ୪ଦିନ ପରେ ରିପୋର୍ଟରେ ଭୁଲ୍ ଥିବା କହି କ୍ଷମା ମାଗି ଘରକୁ ଯିବାକୁ କହୁଛି। ଆଉ କେଉଁଠି ସଂକ୍ରମିତ କହି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କଲେବି କୌଣସି ଚିକିତ୍ସା କରୁନି। ଏପରିକି କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଲେ ବି ୪ ଦିନ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ବି ଜଣାଉନାହାନ୍ତି। ଏଭଳି ଅବ୍ୟବସ୍ଥା ହିଁ ଓଡ଼ିଶାର କୋଭିଡ୍ ପରିଚାଳନାର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ବଲାଙ୍ଗିର ଜିଲ୍ଲାର ବିଶ୍ୱାମିତ୍ର ଗଡ଼ତିଆ ନାମକ ଜଣେ ବ୍ୟକ୍ତିଙ୍କୁ କୋଭିଡ୍ ସଂକ୍ରମିତ କହି ଜିଲ୍ଲା ପ୍ରଶାସନ ଶନିବାର ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ହସ୍ପିଟାଲରେ ସେ ଉଭୟ ଜ୍ୱର ଓ ଝାଡ଼ାରେ କଷ୍ଟ ପାଉଥିବାବେଳେ କେହି ଡାକ୍ତର ତାଙ୍କ ପାଖକୁ ଚିକିତ୍ସା କରିବାକୁ ଯାଉନାହାନ୍ତି। ସେ ସୋସିଆଲ ମିଡିଆରେ ଏନେଇ ନିଜର ଯନ୍ତ୍ରଣା ପରିପ୍ରକାଶ କରିଛନ୍ତି। କୋଭିଡ୍ ହସ୍ପିଟାଲ ବେଡରେ ଜ୍ୱରରେ ପୀଡ଼ିତ ହେଉଥିବା ଶ୍ରୀ ଗଡ଼ତିଆ କହିଛନ୍ତି ଯେ, ଆସିବା ଦିନଠୁ କେବଳ ନର୍ସମାନେ ତାଙ୍କ ପାଖକୁ ଆସୁଛନ୍ତି। ପ୍ରଥମ ଦିନ ଯାହା ମେଡିସିନ ଦେଇଥିଲେ। ଆଉ ତା’ପରେ କିଛି ମେଡିସିନ୍ କିମ୍ବା ଖାଇବାକୁ ଦେଉନାହାନ୍ତି। ଜ୍ୱରରେ ସେ କଷ୍ଟ ପାଇ ଡାକ୍ତରଙ୍କୁ ଫୋନ୍ କଲେ ଜ୍ୱର ଆପେ ଛାଡ଼ିଯିବ ବୋଲି ଡାକ୍ତର କହୁଛନ୍ତି। କୋଭିଡ୍ ହସ୍ପିଟାଲରେ ଥିବାରୁ ତାଙ୍କର ପରିବାରବର୍ଗ ବି ତାଙ୍କୁ ଭେଟିବାକୁ ଆସିପାରୁନାହାନ୍ତି।

ସେହିପରି ଭୁବନେଶ୍ୱରର ନାଗେଶ୍ୱରଟାଙ୍ଗୀ ଅଂଚଳର ମମତା ରଥ ନାମ୍ନୀ ଜଣେ ମହିଳା ତାଙ୍କର ଶାଶୁ ୭୨ବର୍ଷୀୟା ପଦ୍ମାଳୟ ମିଶ୍ରଙ୍କୁ କିଭଳି ଓଡ଼ିଶା ସରକାର ମିଛରେ କରୋନା ସଂକ୍ରମିତ କହି ବିଏମସି ପକ୍ଷରୁ ତାଙ୍କ ଘରକୁ କ୍ୱାରେଣ୍ଟାଇନ ଗୃହ ଘୋଷଣା କରିଛନ୍ତି ସେ ସମ୍ପର୍କରେ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି। ଶ୍ରୀମତୀ ରଥ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଜୁଲାଇ ୩୦ତାରିଖରେ ତାଙ୍କ ଶାଶୁ ପଦ୍ମାଳୟ ମିଶ୍ର କୋଭିଡ-୧୯ ସଂକ୍ରମିତ ବୋଲି ଓଡ଼ିଶା ସରକାର ଘୋଷଣା କଲେ। ତା’ପରେ ବିଏମସି ପକ୍ଷରୁ ତାଙ୍କ ଘର ଆଗରେ କ୍ୱାରେଣ୍ଟାଇନ ଗୃହ ଭାବେ ପୋଷ୍ଟର ଲଗାଇ ଦିଆଗଲା। କିନ୍ତୁ ମାତ୍ର ୩୧ତାରିଖ ତାଙ୍କ ଶାଶୁଙ୍କର ଏକ ଘରୋଇ ଲ୍ୟାବ ‘ଜେନେକ୍ସ ଡାଇଗ୍ନୋଷ୍ଟିକ’ରେ ସ୍ୱାବ ପରୀକ୍ଷା ହୋଇଥିଲା। ଯାହାର ରିପୋର୍ଟ ଅଗଷ୍ଟ ୨ତାରିଖରେ ଆସିଥିଲା ଓ ତାଙ୍କ ଶାଶୁଙ୍କର କୋଭିଡ୍ ପଜେଟିଭ ନଥିବା ଜଣାପଡ଼ିଥିଲା। ଏବେ ତାଙ୍କର ପରିବାର ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଛି ଓ ସେମାନେ ସମସ୍ତେ ମାନସିକ ଯନ୍ତ୍ରଣା ଅନୁଭବ କରୁଛନ୍ତି। ପ୍ରଶାସନ ତାଙ୍କ ସହ ଏଭଳି କାହିଁକି ଖେଳୁଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ସଚିବ ଓ ବିଏମସି କର୍ତ୍ତୃପକ୍ଷକୁ ଟ୍ୱିଟ୍ ଯୋଗେ ପ୍ରଶ୍ନ କରିବା ସହ ‘ଓଟିଭି’ର ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ତାଙ୍କ ଶାଶୁ ଜଣେ ପାରାଲେସିସ୍ ରୋଗୀ ମଧ୍ୟ।

ସେହିପରି ବିଜେବି ନଗର ମହିଷାଖାଲ ଅଂଚଳରେ ଥିବା ହରିନଗର ବସ୍ତିର ୪୫ଜଣଙ୍କୁ କରୋନା ସଂକ୍ରମିତ ଦର୍ଶାଇ ଚିକିତ୍ସା ପାଇଁ ପ୍ରଶାସନ ଜବରଦସ୍ତି ଉଠାଇନେଇଥିଲା। ୫ଦିନ ବିନା ଚିକିତ୍ସାରେ ରଖି ଭୁଲରେ ଅଣାଯାଇଛି କହି ବିଏମସି କ୍ଷମା ମାଗି ସେମାନଙ୍କୁ ଘରକୁ ଫେରାଇ ଦେଇଥିଲା। ତେବେ ପ୍ରଶାସନର ଏହି ଭୁଲ୍ ଯୋଗୁ ସେହି ବସ୍ତିର ଲୋକମାନେ ଏବେ କାମଧନ୍ଦାକୁ ଯାଇପାରୁନାହାନ୍ତି କି ସେମାନେ ଦୋକାନବଜାରକୁ ଗଲେ ଦୋକାନୀ ସଉଦା ମଧ୍ୟ ଦେଉନାହିଁ। ସେମାନଙ୍କୁ ରାଜନୀତିକ ଉଦ୍ଦେଶ୍ୟ ରଖି କରୋନା ସଂକ୍ରମିତ ଘୋଷଣା କରି ପରେ ଭୁଲ୍ ମାଗି ଛାଡ଼ିଦିଆଗଲା ବୋଲି ବସ୍ତିର ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ବସ୍ତିବାସିନ୍ଦାଙ୍କ ଘଟଣାରେ ଭୁବନେଶ୍ୱର ବିଜେପି ପକ୍ଷରୁ ବିଏମସି କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରାଯିବା ସହ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ଜୁଲାଇ ୨୪ତାରିଖରେ ହୋଇଥିଲେ ମଧ୍ୟ ତାଙ୍କ ପରିବାରକୁ ୨୮ତାରିଖରେ ଅବଗତ କରାଗଲା। ସେପର୍ଯ୍ୟନ୍ତ ସମ୍ପୃକ୍ତ ରୋଗୀଙ୍କ ଚିକିତ୍ସା ଚାଲିଛି ବୋଲି ପ୍ରଶାସନ କହି ଚାଲିଥିଲା।
ରାଜ୍ୟର ବିଭିନ୍ନ ଭାଗରେ ଘଟିଥିବା ଏସବୁ ଘଟଣାରୁ ସ୍ପଷ୍ଟ ଯେ, କରୋନାର ସଫଳ ମୁକାବିଲା ନାଁରେ ରାଜ୍ୟ ସରକାର ଯେଉଁ ସବୁ ପ୍ରଚାରପ୍ରସାର କରୁଛନ୍ତି ତାହା ବାସ୍ତବତାଠୁ ବହୁ ଦୂରରେ। ନିଜର କରୋନା ମୁକାବିଲାରେ ନିଜର ଅପାରଗତାକୁ ଲୁଚାଇବାକୁ ଚାହିଁ ମଧ୍ୟ ସରକାର ସକ୍ଷମ ହୋଇପାରୁନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story