ଔଷଧ ବାଣ୍ଟୁଥିବା ବେଳେ ଟଳିପଡ଼ିଲେ କୋଭିଡ୍‌ ଯୋଦ୍ଧା

ଖୋର୍ଦ୍ଧା(ବଳରାମ ଲେଙ୍କା): ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା। ଆଜି ଏପରି ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ ଔଷଧ ବାଣ୍ଟି ଅନ୍ୟ ଘରକୁ ଯାଉଥିବା ବେଳେ ଶ୍ରୀମତୀ ବଳିଆର୍‌ସିଂହ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା […]

khurda

khurda

Manoranjan Sial
  • Published: Wednesday, 15 July 2020
  • Updated: 15 July 2020, 03:43 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା): ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା। ଆଜି ଏପରି ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ।

ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ ବାଣ୍ଟୁଥିଲେ। ଗୋଟିଏ ଘରେ ଔଷଧ ବାଣ୍ଟି ଅନ୍ୟ ଘରକୁ ଯାଉଥିବା ବେଳେ ଶ୍ରୀମତୀ ବଳିଆର୍‌ସିଂହ ହଠାତ୍‌ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେ ଜଣେ କୋଭିଡ୍‌ ଯୋଦ୍ଧା ହୋଇଥିବାରୁ ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos