କୋଭିଡ୍ ସାମଗ୍ରୀ କିଣା କେଳେଙ୍କାରୀ: ମିଛ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଫାଙ୍କିଦେଲେ ମୁଖପାତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସାମଗ୍ରୀ କ୍ରୟରେ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ‘କୋଭିଡ୍ -୧୯’ ପରିଚାଳନା ସହ ଜଡ଼ିତ ସମସ୍ତ ୧୦ଜଣ ଆଇଏଏସଙ୍କୁ ସେମାନଙ୍କ ବିଭାଗକୁ ଫେରାଇ ନେଇଥିବା ରାଜ୍ୟ ସରକାରଙ୍କ ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ କୋଭିଡ୍ -୧୯ ମୁଖପାତ୍ର ସୁବ୍ରତୋ ବାଗଚୀ ଉଭୟ ଏହି ସାମଗ୍ରୀ କିଣାରେ ଅନିୟମିତତାକୁ ରୋକଠୋକ୍ ଖଣ୍ଡନ କରିବା ସହ ଅଫିସରମାନଙ୍କୁ କ୍ଲିନଚିଟ୍ […]

naba-das

naba-das

Manoranjan Sial
  • Published: Saturday, 06 June 2020
  • Updated: 07 June 2020, 07:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସାମଗ୍ରୀ କ୍ରୟରେ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ‘କୋଭିଡ୍ -୧୯’ ପରିଚାଳନା ସହ ଜଡ଼ିତ ସମସ୍ତ ୧୦ଜଣ ଆଇଏଏସଙ୍କୁ ସେମାନଙ୍କ ବିଭାଗକୁ ଫେରାଇ ନେଇଥିବା ରାଜ୍ୟ ସରକାରଙ୍କ ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଓ କୋଭିଡ୍ -୧୯ ମୁଖପାତ୍ର ସୁବ୍ରତୋ ବାଗଚୀ ଉଭୟ ଏହି ସାମଗ୍ରୀ କିଣାରେ ଅନିୟମିତତାକୁ ରୋକଠୋକ୍ ଖଣ୍ଡନ କରିବା ସହ ଅଫିସରମାନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି। ମାତ୍ର କୋଭିଡ୍ ସାମଗ୍ରୀ କିଣା କେଳେଙ୍କାରୀ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିଲାବେଳେ ସରକାରୀସ୍ତରରେ ଏହାକୁ ଚପାଇବା ନିମନ୍ତେ ଯେଉଁ ସଫେଇ ଦିଆଯାଉଛି ତା’ର ଯଥାର୍ଥତା ଉପରେ ବି ସାଧାରଣରେ ସନ୍ଦେହ ଦେଖାଦେଇଛି।

ସୂଚନା ଅନୁସାରେ, ରାଜ୍ୟ ଔଷଧ ନିଗମ ମାଧ୍ୟମରେ କୋଭିଡ ପରିଚାଳନା ନିମନ୍ତେ ସାମଗ୍ରୀ କିଣାରେ ହୋଇଥିବା ଅନିୟମିତତା ଦସ୍ତାବିଜ ଗଣମାଧ୍ୟମ ହାତରେ ଲାଗିଥିବାବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସାମ୍ବାଦିକ ସମ୍ମିଳନୀ କରି ‘କେନ୍ଦ୍ର ସରକାର’ଙ୍କ ଉପରେ ଦୋଷ ଲଦି ଓଡ଼ିଶାର ଅଫିସରମାନଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ମାସ୍କକୁ ପ୍ରଥମେ ୧୦ଟଙ୍କା ଓ ପରେ ୧୬ଟଙ୍କାରେ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଥିଲା। ମାର୍ଚ୍ଚ ୨୧ ଓ ୨୪ତାରିଖରେ ଦୁଇଟି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମାସ୍କ କିଣା ହୋଇଛି। ଯାହାବି ହୋଇଛି କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ହୋଇଛି । ଆଇଏଏସ ହେମନ୍ତ ଶର୍ମାଙ୍କୁ କୋଭିଡ୍ ସାମଗ୍ରୀ କ୍ରୟ କରିବା ଦାୟିତ୍ୱ ଦିଆଯାଇଥିଲା। ନବୀନ ସରକାର କୌଣସି ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ସରକାରଙ୍କ ଯେଉଁ ଦୁଇଟି ନିର୍ଦ୍ଦେଶକୁ ଉଲ୍ଲେଖ କରି ମାସ୍କ ୧୦ଟଙ୍କା ୧୬ଟଙ୍କାରେ କିଣିବା ପାଇଁ ନିର୍ଦ୍ଦେଶ ଆସିଥିଲା ବୋଲି କହିଛନ୍ତି ଓ ସେହି ଆଧାରରେ କିଣା ଯାଇଛି ବୋଲି ଦର୍ଶାଇଛନ୍ତି ତା’ର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଛି। କାରଣ କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ୨୧ତାରିଖ ନିର୍ଦ୍ଦେଶନାମାରେ କୁହାଯାଇଥିଲା ଯେ, ଟୁ-ଲେୟାର ସର୍ଜିକାଲ ମାସ୍କର ଦାମ ୮ଟଙ୍କା ଓ ଥ୍ରୀ-ଲେୟାର ମାସ୍କର ଦାମ ୧୦ଟଙ୍କାରୁ ଅଧିକ ହେବ ନାହିଁ। ସେହିପରି ମାର୍ଚ୍ଚ ୨୪ତାରିଖ ନିର୍ଦ୍ଦେଶନାମାରେ ଥ୍ରୀ-ଲେୟାର ସର୍ଜିକାଲ ମାସ୍କ ପିଛା ରିଟେଲ୍ ଦାମ କୌଣସି ପରିସ୍ଥିତିରେ ୧୬ଟଙ୍କାରୁ ଅଧିକ ହେବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ଦୁଇଟି ନିର୍ଦ୍ଦେଶନାମାକୁ ଉଲ୍ଲେଖ କରି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ନିଜ ଅଫିସରମାନଙ୍କ ଅନିୟମିତତା କରିନଥିବା କହୁଥିବାବେଳେ ରାଜ୍ୟ ସରକାର ଏପ୍ରିଲ ୧୫ରେ ମାସ୍କ ପିଛା ୯.୯୦ଟଙ୍କା ଓ ଏପ୍ରିଲ ୧୭ରେ ମାସ୍କ ପିଛା ୧୬ଟଙ୍କାରେ କିଭଳି କ୍ରୟ କଲେ ତାକୁ ନେଇ ପ୍ରଶ୍ନ ଉଠିଛି। କେନ୍ଦ୍ର ସରକାର ମାସ୍କର ସର୍ବାଧିକ ଦରକୁ ନେଇ ମାର୍ଚ୍ଚ ୨୧ ଓ ୨୪ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିବାବେଳେ ଓଡ଼ିଶା ସରକାର ଏହି ଦରକୁ କାହିଁକି ଏପ୍ରିଲ ୧୫ତାରିଖରେ କ୍ରୟ ଅର୍ଡର ଦେବା ସମୟରେ ପାଳନ କଲେନି। ଏପ୍ରିଲ ୧୭ରେ କିଭଳି ମାସ୍କ କିଣିବା ନିମନ୍ତେ କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ସର୍ବାଧିକ ଦରରେ କ୍ରୟ ଅର୍ଡର ଦେଲେ। କୋଭିଡ୍ ପରିଚାଳନାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ତତ୍କାଳ ଲାଗୁ କରାଯାଉଥିବାବେଳେ ରାଜ୍ୟ ସରକାର ନିଜର ସୁବିଧା ଅନୁସାରେ ଏହାକୁ ପାଳନ କରିବାକୁ ପଛାଇ ନାହାନ୍ତି।

ସେହିପରି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ଶ୍ରୀ ବାଗଚୀ ଗତକାଲିର ପ୍ରଶାସନିକ ଅଦଳବଦଳକୁ ପରିସ୍ଥିତିର ଆବଶ୍ୟକତା କହି ଅନିୟମିତତା ଅଭିଯୋଗ ଆସିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରିଛନ୍ତି। ଏପରିକି କୋଭିଡ୍ ସାମଗ୍ରୀ କିଣା ଅନିୟମିତତା ପାଇଁ ପ୍ରଶାସନିକ ଅଫିସରଙ୍କୁ ବଦଳି କରାଯାଇଥିବା ଖବରକୁ ଏକ ଗୁଜବ ବୋଲି କହି ଶ୍ରୀ ବାଗଚୀ ସିଧାସଳଖ କ୍ଲିନଚିଟ୍ ଦେବାକୁ ଚାହିଁଛନ୍ତି। କୋଭିଡ୍ ଯୁଦ୍ଧ ଲମ୍ବା ଓ ଜଟିଳ। ଏହାର ଭିନ୍ନ ପର୍ଯ୍ୟାୟକୁ ଆଖି ଆଗରେ ରଖି ଯୁଦ୍ଧ ଆରମ୍ଭରୁ ରଣନୀତି ହିସାବରେ ସେମାନଙ୍କୁ କୋଭିଡ୍ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ଏବେ ସମ୍ପୃକ୍ତ ଅଫିସରମାନଙ୍କୁ ସେମାନଙ୍କ ବିଭାଗୀୟ ଦାୟିତ୍ୱକୁ ଫେରାଇ ନନେଲେ ଅସୁବିଧା ପହଂଚିବ। ତା’ଛଡ଼ା କୋଭିଡ୍ ପରିଚାଳନା ପାଇଁ ରଣକ୍ଷେତ୍ରକୁ ନୂଆ ଯୋଦ୍ଧାଙ୍କୁ ନଆଣିଲେ ସମସ୍ତେ କ୍ଲାନ୍ତ ହୋଇପଡ଼ିବେ। ଗତକାଲିର ପ୍ରଶାସନିକ ବଦଳିକୁ ଏଭଳି ଦୃଷ୍ଟିରେ ଦେଖିବାକୁ ସେ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଅନିୟମିତତାର ଯେଉଁ ଦସ୍ତାବିଜ ଗଣମାଧ୍ୟମରେ ଆସୁଛି ତା’ର ଯଥାର୍ଥତାକୁ ନଦର୍ଶାଇ ଏକତରଫା ଭାବେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ଖସିବା ପଛର କାରଣ କ’ଣ? ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ରାଜକୋଷ ଲୁଟୁଥିବା ଅଫିସରଙ୍କୁ ସୁରକ୍ଷା ନା ସାଧାରଣ ଲୋକଙ୍କୁୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି? ରାଜ୍ୟରେ କୋଭିଡ୍ ମାମଲା ବଢ଼ିଚାଲି ଥିବାବେଳେ ସରକାର ସମସ୍ତ ଅଫିସରଙ୍କୁ ଅଚାନକ କାହିଁକି ଦାୟିତ୍ୱମୁକ୍ତ କଲେ। ଅଫିସରମାନଙ୍କ ପର୍ଯ୍ୟାୟକ୍ରମେ ଅପସାରଣ କରାଯାଇପାରିଥାନ୍ତା ଅବା ନୂଆ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରି ସେମାନଙ୍କୁ ହଟାଯାଇ ପାରିଥାନ୍ତା। ମାତ୍ର ସେଭଳି ନକରି ସରକାର କୋଭିଡ୍ ସାମଗ୍ରୀ କ୍ରୟ କମିଟିର ମୁଖ୍ୟ ହେମନ୍ତ ଶର୍ମାଙ୍କ ଅପସାରଣକୁ ଯଥାର୍ଥ ଦର୍ଶାଇବାକୁ କୋଭିଡ୍ ପରିଚାଳନା ସହ ଜଡ଼ିତ ଅଫିସରମାନଙ୍କର ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story