ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ!

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ। କୋଭିଡ୍ ଚିହ୍ନଟ ହେବା ପରେ ବି ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ନାହିଁ। ଯେଉଁକାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି ଭବାନୀପାଟଣାରୁ। ଶୁକ୍ରବାର କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ କଷାକେନ୍ଧୁ ଗାଁର ଜଣେ ମଧୁମେହ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ୪ […]

kalahandi

kalahandi

Ranjit Kumar Jena
  • Published: Sunday, 11 October 2020
  • Updated: 11 October 2020, 12:29 PM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): ଚିକିତ୍ସା ଅବହେଳା ଯୋଗୁ ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ। କୋଭିଡ୍ ଚିହ୍ନଟ ହେବା ପରେ ବି ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ନାହିଁ। ଯେଉଁକାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭିଯୋଗ ଆସିଛି ଭବାନୀପାଟଣାରୁ।

ଶୁକ୍ରବାର କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ କଷାକେନ୍ଧୁ ଗାଁର ଜଣେ ମଧୁମେହ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରିବାକୁ ୪ ଘଣ୍ଟା ବିଳମ୍ବ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସେମାନେ କହିଛନ୍ତି।

ଘଟଣା ପରେ ମୃତକଙ୍କ ପରିବାରଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋଭିଡ୍ ମେଡିକାଲ୍ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଧାରଣାରେ ବସିଥିଲେ। ଅପରପକ୍ଷରେ ରୋଗୀଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲ୍ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା ହୋଇଥିଲା ବୋଲି କହିଛନ୍ତି ଜିଲ୍ଲାପାଳ ଜି. ପରାଗ ହର୍ସଦ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos