ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ଫୁଲବାଣୀ(ତ୍ରିନାଥ ସାହୁ): ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ। ତାଙ୍କ ନାଁ ହେଉଛି ଉନେଶ ନାୟକ। ତାଙ୍କ ଘର ଜି. ଉଦୟଗିରି ବଡେନାଜୁ ଗାଁରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି। ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. […]

covid

covid

Manoranjan Sial
  • Published: Sunday, 27 September 2020
  • Updated: 27 September 2020, 09:03 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ କନଷ୍ଟେବଳ। ତାଙ୍କ ନାଁ ହେଉଛି ଉନେଶ ନାୟକ। ତାଙ୍କ ଘର ଜି. ଉଦୟଗିରି ବଡେନାଜୁ ଗାଁରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯାଇଛି।

ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ତାଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଓ ଏସ୍‌ପି ଭିନିତ ଅଗ୍ରୱାଲଙ୍କ ସମେତ ବହୁ ପୁଲିସ ଅଧିକାରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତା’ପରେ ତାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ସ୍ଥାନୀୟ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା।

ସ୍ୱର୍ଗତ ଉନେଶ ନାୟକ ଦାରିଙ୍ଗବାଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos