ସ୍ୱଳ୍ପବୃଷ୍ଟିପାତ ଯୋଗୁଁ ୯୯ ବ୍ଲକ୍‌ରେ ମରୁଡ଼ି ସ୍ଥିତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାର୍ବଣ ଆଣିଛି ପୁଲ୍ଲକ। ହେଲେ ଚାଷୀ ମନରେ ନାହିଁ ସୁଖ। ଗଲାବର୍ଷ ଭଳି ଏଥର ମଧ୍ୟ ଫସଲହାନୀ ଚିନ୍ତା ଚାଷୀ ମନରୁ ଛଡାଇ ନେଇଛି ସରାଗ। ରାଜ୍ୟର ୯୯ଟି ବ୍ଲକ୍‌ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଦେଖାଦେଇଛି ମରୁଡ଼ି ସ୍ଥିତି। ତେବେ ୨୧ ବ୍ଲକରେ ସ୍ଥିତି ଗମ୍ଭୀର ରହିଛି। ଚଳିତ ବର୍ଷ ରାଜ୍ୟର ୭୬ଟି ବ୍ଲକ୍‌ରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ୨୧ ଟି ବ୍ଲକ୍‌ରେ ଖୁବ୍ କମ୍‌ ବୃଷ୍ଟିପାତ ହୋଇଛି। ଏଥିରେ ବେଶୀ ପ୍ରଭାବିତ ହୋଇଛି ଅନୁଗୋଳ ଜିଲ୍ଲା। ତେବେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଭଦ୍ରକ, ସୋନପୁର, କେନ୍ଦୁଝର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ବଲାଙ୍ଗୀର ଓ ଅନୁଗୁଳରେ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଛି। ବର୍ଷାର ଅଭାବ କାରଣରୁ କେଉଁ କେଉଁ ଅଞ୍ଚଳରେ ମରୁଡି ସ୍ଥିତି ସୃଷ୍ଟି ହୋଇଛି ତାର ଅନୁଧ୍ୟାନ ଲାଗି ଆସନ୍ତା ମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ ବସିବ। ଏଥିରେ ମରୁଡ଼ି ଅଞ୍ଚଳ ଘୋଷଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ଖରିଫ ଋ଼ତୁରେ ମରୁଡ଼ି ଘୋଷଣା ପାଇଁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ରହିଛି। ତେବେ ଏବେଠୁ ସ୍ଥିତି ଏମିତି ଯେ ଆଗକୁ ବର୍ଷା ହେଲେ ବି ଫସଲ ଅମଳ ଆଶା କମ୍। ଫସଲ କଟା ରିପୋର୍ଟକୁ ଅପେକ୍ଷା ନକରି ଯେଉଁ ଅଞ୍ଚଳରେ ୩ ସପ୍ତାହ ଧରି ୫୦ ପ୍ରତିଶତରୁ କମ୍ ବର୍ଷା ହୋଇଥିଲେ ତାକୁ ଶୁଷ୍କ ଅଞ୍ଚଳ ଭାବେ ଘୋଷଣା କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି କିଛି ଆଶ୍ୱସ୍ତି ଆଣିପାରେ।

ଆହୁରି ପଢ଼ନ୍ତୁ

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଗଲା ପୁଲିସ୍; ଛତ୍ର ଭଙ୍ଗ ଦେଲେ ଲୋକେ‌

ଘରେ ନ ରହି ସମୁଦ୍ର କୂଳରେ ବୁଲୁଥିଲେ ପ୍ରବାସୀ, ଧରା ପଡ଼ିଗଲେ

ରୋଷେୟାଙ୍କୁ ଛୁରା ମାଡ଼

ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କୁ ଘନଘନ ଜେରା

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି