ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ପୂର୍ବରୁ ଆଜି ୩ ରଥର ଚାରିନାହାକା ଉଠିଲା। କିନ୍ତୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ପଛୁଆଣି ଚକର ଅଖଟି ଫାଟ ଦେଖାଯାଇଛି। ରଥ ବିଶେଷଜ୍ଞ କମିଟି ଅଖ ବଦଳାଇବା ପାଇଁ ପରାମର୍ଶ ଦେଇଛି। ସେଥିପାଇଁ ନୂଆ ଅଖ ନିର୍ମାଣ ଚାଲିଛି।
ଅଖ ସହ ଦଣ୍ଡା ସଂଯୋଗ ପାଇଁ କଣ୍ଟା ବାଡ଼ିଆ ହୋଇଥିଲା। ଘୋଡା ଖୋଲିବା ପରେ ଅଖରେ ଫାଟ ଥିବା ଦେଖାଯାଇଥିଲା। ଏହା ପରେ ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ଦୁଇଟି କ୍ଲାମ୍ପ ଯୋଗେ ଆଖକୁ ବାନ୍ଧି ଥିଲେ। ତଥାପି ଏହା ସୁରକ୍ଷିତ ନୁହେଁ ବୋଲି ବୈଷୟିକ ଟିମ୍ ଅନୁଭବ କରିଥିଲା। ଏହା ପରେ ନନ୍ଦିଘୋଷ ରଥ ମୁଖ୍ୟ ମହାରଣାଙ୍କୁ ନୂଆ ଅଖ ନିର୍ମାଣ ପାଇଁ ପରାମର୍ଶ ଦିଆଯାଇଥିଲା।
ଅଖ ପରିବର୍ତ୍ତନ ପାଇଁ ଆଗକୁ ପୂର୍ତ୍ତ ବିଭାଗ ଓ ରେଳ ବିଭାଗ ପକ୍ଷରୁ ଜ୍ୟାକ ଏବଂ ଜେସିବି ଅଣାଯିବ। ଏହା ଜରିଆରେ ଅଖ ପରିବର୍ତ୍ତନ ହେବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଇକକୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଭ୍ୟାନ, ସ୍ୱାମୀ-ସ୍ତ୍ରୀ ମୃତ
ଦୁର୍ଘଟଣା ଘଟାଇଥିବା କୁକୁଡ଼ା ବୋଝେଇ ଭ୍ୟାନଟି ଫେରାର୍ ହୋଇଯାଇଛି। ତଦନ୍ତ କରୁଛି ପୁଲିସ।
Crime
୨ ମାସ ଧରି ଚଳାଇଥିଲେ ଲୁଟ, ୬ ଲୁଟେରାଙ୍କୁ ଧରିଲା ପୁଲିସ
ବାଲେଶ୍ୱର ଏସ୍ପି ରାଜ ପ୍ରସାଦ କହିଛନ୍ତି ଯେ ପୁଲିସ୍ ସ୍ୱତନ୍ତ୍ର ଅପରେସନ ଜରିଆରେ ୬ ଜଣ ଭଦ୍ରକରୁ ଗିରଫ କରିଛି।
Crime
ଗୁଳିମାଡ଼ କରି ୮ ଜଣଙ୍କୁ ଛଡ଼ାଇ ନେଲେ ମାଛ ମାଫିଆ
ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିଲା। ୬ଟି ଟ୍ରଲର ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ କରି ୮ ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ।
Miscellaneous
ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ
ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।