କ୍ରାଇମବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମାଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମା ଙ୍କ ବିରୋଧରେ ପଦ ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ଆସିଛି। ଏହାର ତଦନ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଶର୍ମା ୟୁନିଭର୍ସିଟି ଲ କଲେଜରେ ପାଠ ପଢୁଥିଲେ। ଏହି ସମୟରେ ସେ ଛୁଟି ନ ନେଇ ଡ୍ୟୁଟିରେ ଥାଇ କ୍ଲାସ୍‌ କରିଥିବା ଅଭିଯୋଗ ହୋଇଥିଲା। ଜଣେ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ଶର୍ମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।