କ୍ରାଇମବ୍ରାଞ୍ଚ ହେପାଜତରେ ବାବା ସାରଥି

କଟକ\କେନ୍ଦ୍ରାପଡା: କ୍ରାଇମବ୍ରାଞ୍ଚ ହେପାଜତରେ ବାବା ସାରଥି। ଆଜି ଭୋର୍ ପ୍ରାୟ ୪ଟା ବେଳେ ବାରିମୂଳ ଆଶ୍ରମରୁ ସାରଥୀଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ହେଡକ୍ୱାଟର୍ସକୁ ଅଣାଯାଇଛି। ତେବେ ତାଙ୍କୁ ଗିରଫ କରାଯାଇନାହିଁ ଅଧିକ ପଚରାଉଚରା ପାଇଁ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ସାରଥୀଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଛି। ଗତକାଲି ଅପରାହ୍ଣ ପ୍ରାୟ ୨ଟାରୁ ବିଳମ୍ୱିତ ରାତି ଯାଏଁ ସାରଥୀଙ୍କୁ ତାଙ୍କ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିଲା। ୧୪ […]

baba

baba

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 08:40 AM IST

Sports

Latest News

କଟକ\କେନ୍ଦ୍ରାପଡା: କ୍ରାଇମବ୍ରାଞ୍ଚ ହେପାଜତରେ ବାବା ସାରଥି। ଆଜି ଭୋର୍ ପ୍ରାୟ ୪ଟା ବେଳେ ବାରିମୂଳ ଆଶ୍ରମରୁ ସାରଥୀଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ହେଡକ୍ୱାଟର୍ସକୁ ଅଣାଯାଇଛି। ତେବେ ତାଙ୍କୁ ଗିରଫ କରାଯାଇନାହିଁ ଅଧିକ ପଚରାଉଚରା ପାଇଁ ନିଆଯାଇଥିବା ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ସାରଥୀଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ନେଇଛି। ଗତକାଲି ଅପରାହ୍ଣ ପ୍ରାୟ ୨ଟାରୁ ବିଳମ୍ୱିତ ରାତି ଯାଏଁ ସାରଥୀଙ୍କୁ ତାଙ୍କ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିଲା। ୧୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା ପରେ ଶେଷରେ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇଥିଲା।

ସେପଟେ ବାରିମୂଳ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍ ବେଳେ ସୁନା ଓ ରୁପା ଅଳଙ୍କାର, ନଗଦ ପ୍ରାୟ ୨ ଲକ୍ଷ ଟଙ୍କା, ଜମିଜମା ଓ ଅନ୍ୟ ପ୍ରପର୍ଟି ସଂପର୍କିତ ଡକ୍ୟୁମେଣ୍ଟ ଜବତ କରାଯାଇଛି। ତା’ଛଡ଼ା ସାରଥୀଙ୍କ ନାଁରେ ଥିବା କିଛି ପର୍ସନାଲ୍ ଆକାଉଣ୍ଟ ଓ ଟ୍ରଷ୍ଟ ନାଁରେ ଥିବା ଆକାଉଣ୍ଟ ସଂପର୍କରେ ଖୋଳତାଡ଼ ଚାଲିଛି। ସାରଥୀଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି ସେଥିରୁ ଗୋଟିଏରେ ହାଇଦ୍ରାବାଦ ଲିଙ୍କ୍ ଅଛି। ତେଣୁ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍ ବାହାରକୁ ଯିବ ବୋଲି ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସାରଥିଙ୍କ ବିରୋଧରେ ଲୋକଙ୍କ ଭାବନାକୁ ଆଘାତ ଦେବା, ଠକିବା ଓ ଜମିଜମା ସଂପର୍କିତ ଅଭିଯୋଗ ରହିଛି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବି ଅଭିଯୋଗ ଆସିଥିବା ଅରୁଣ ବୋଥ୍ରା କହିଛନ୍ତି।

ବାବା ସାରଥିଙ୍କ ବିରୋଧରେ ଆଇପିସିର ଧାରା ୪୨୦, ୪୬୭, ୪୭୧ ,୪୬୮, ୫୦୬ ଦଫା ଲାଗିଥିବା ବେଳେ ୧୨୦-ବି, ଏବଂ୨୫- ଆର୍ମସ୍ ଆକ୍ଟ ମଧ୍ୟ ଲାଗୁ ହୋଇଛି।

ସେପଟେ ସାରଥି ବାବା ପ୍ରସଙ୍ଗରେ ମଙ୍ଗଳାବାଗ ଥାନାରେ ବିବାଦୀୟ ଯୁବତୀଙ୍କ ଏଫଆଇଆର ରୁଜୁ  ହୋଇଛି। ଆଇପିସିର ଧାରା ୫୦୬, ୩୪ ଓ ୬୭ (ଏ) ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏନେଇ ଗତକାଲି ବିଳମ୍ୱିତ ରାତ୍ରିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଟକ ଡିସିପି ସଂଜୀବ ଆରୋରା। ତେବେ ଏହା ପୂର୍ବରୁ କଟକ ମହିଳା ଥାନା ଅଧିକାରୀ ଯୁବତୀ ରହୁଥିବା ହଷ୍ଟେଲକୁ ଯାଇ ବୟାନ ରେକର୍ଡ କରିଥିଲେ। ଯୁବତୀ ଜଣକ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସକୁ ବୟାନ ଦେଇଛନ୍ତି। ସେଥିପାଇଁ ଯୁବତୀଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଥିବା ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos