ବୋମା ଫିଙ୍ଗିବାକୁ ଯାଉଥିଲା, ହାତରେ ଫୁଟିଗଲା

‍‍‍ବ୍ରହ୍ମପୁର (ଜଗନ୍ନାଥ ସାହୁ): ସେ ବୋମା ଫିଙ୍ଗିବାକୁ ଯାଉଥିଲେ, ହେଲେ ନିଜ ହାତରେ ଫୁଟିଗଲା ବୋମା। ଗତକାଲି ରାତିରେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ୱିତ ରାତିରେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ମଲ୍ଲିକ ଘରକୁ ଫେରୁଥିଲେ। ଏହି ସମୟରେ ଚେରୁ ଗୌଡ଼ ଓ ତାଙ୍କର ଦୁଇ ସମର୍ଥକ ତାଙ୍କୁ ଆକ୍ରମଣ […]

crime

crime

Manoranjan Sial
  • Published: Saturday, 15 June 2019
  • Updated: 15 June 2019, 05:03 PM IST

Sports

Latest News

‍‍‍ବ୍ରହ୍ମପୁର (ଜଗନ୍ନାଥ ସାହୁ): ସେ ବୋମା ଫିଙ୍ଗିବାକୁ ଯାଉଥିଲେ, ହେଲେ ନିଜ ହାତରେ ଫୁଟିଗଲା ବୋମା। ଗତକାଲି ରାତିରେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ବିଳମ୍ୱିତ ରାତିରେ ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ମଲ୍ଲିକ ଘରକୁ ଫେରୁଥିଲେ। ଏହି ସମୟରେ ଚେରୁ ଗୌଡ଼ ଓ ତାଙ୍କର ଦୁଇ ସମର୍ଥକ ତାଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଏପରିକି ଚେରୁ ହାତରେ ବୋମା ଧରି ପ୍ରଶାନ୍ତଙ୍କ ଉପରକୁ ଫିଙ୍ଗିବା ପାଇଁ ଯାଉଥିଲେ। ଏ ସମ୍ପର୍କରେ ପ୍ରଶାନ୍ତଙ୍କ ସମର୍ଥକମାନେ ଜାଣିପାରି ଚେରୁକୁ ଗୋଡ଼ାଇ ଥିଲେ। ଅନ୍ଧାରର ସୁଯୋଗ ନେଇ ଚେରୁ ଦୌଡ଼ି ପଳାଇ ଯାଉଥିବା ବେଳେ ରାସ୍ତାରେ ପଡ଼ି ଯାଇଥିଲା। ଫଳରେ ତାଙ୍କ ହାତରେ ଥିବା ବୋମାଟି ଫୁଟି ଯାଇଥିଲା। ପୁଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

ସୂଚନାରୁ ପ୍ରକାଶ, ଚେରୁ ନାଁ ୧୭ରୁ ଅଧିକ ଅପରାଧିକ ମାମଲା ରହିଛି। ଗତବର୍ଷ ପୁଲିସ ତାକୁ ଏନ୍‌କାଉଣ୍ଟର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos