ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଗୁରୁତର
ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ଚାଲିଥିବା ଅପରେସନ୍ କ୍ଲିନ୍ କ୍ରାଇମରେ ଏହା ହେଉଛି ୬୦ତମ ଏନକାଉଣ୍ଟର।
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ପୁଲିସ୍ ଓ ଅପରାଧୀ ମୁହାଁମୁହାଁ ହୋଇଛନ୍ତି। ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏଠାରେ ହୋଇଥିବା ଗୁଳିବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି। ତା ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା।
ଏହି ଏନ୍କାଉଣ୍ଟରରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟରଙ୍କ ସମେତ ୪ ଜଣ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ତେବେ ଘଟଣାସ୍ଥଳରୁ ମନୋଜର ଜଣେ ସହଯୋଗୀ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲା। ତାକୁ ଧରିବାକୁ ପୁଲିସ୍ ତନାଘନା ଜାରି ରଖିଛି।
ମନୋଜଙ୍କ ନିକଟରୁ ପୁଲିସ୍ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ୍ ଓ ଗୋଟିଏ ମ୍ୟାଗାଜିନ୍ ଜବତ କରିଛି।
ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍ ପକ୍ଷରୁ ଚାଲିଥିବା ଅପରେସନ୍ କ୍ଲିନ୍ କ୍ରାଇମରେ ଏହା ହେଉଛି ୬୦ତମ ଏନକାଉଣ୍ଟର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।