ଗାଧୋଇବା ବେଳେ ଝାମ୍ପି ନେଲା କୁମ୍ଭୀର

ଆଳି(ବନମାଳୀ ସାହୁ): ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଝାମ୍ପି ନେଇଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ପାଇନି। ଆଜି ସକାଳେ ସାହୁପଡ଼ା ଗାଁର ସୁବାସ ବରାଳ ବିଲକୁ କାମ କରିବାକୁ ଯାଇଥିଲେ। କାମରୁ ଫେରି ସେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପଶୁ ପଶୁ ପାଣି ଭିତରେ ଲୁଚି ରହିଥିବା କୁମ୍ଭୀର […]

crocodile

Manoranjan Sial
  • Published: Tuesday, 16 July 2019
  • , Updated: 16 July 2019, 05:27 PM IST

ଆଳି(ବନମାଳୀ ସାହୁ): ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଝାମ୍ପି ନେଇଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ପାଇନି।

ଆଜି ସକାଳେ ସାହୁପଡ଼ା ଗାଁର ସୁବାସ ବରାଳ ବିଲକୁ କାମ କରିବାକୁ ଯାଇଥିଲେ। କାମରୁ ଫେରି ସେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ନଦୀରେ ପଶୁ ପଶୁ ପାଣି ଭିତରେ ଲୁଚି ରହିଥିବା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ସୁବାସଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର କୁମ୍ଭୀର ତାଙ୍କୁ ନଦୀର ଗଭୀର ମୁଣ୍ଡକୁ ନେଇ ଯାଇଥିବାରୁ ତାଙ୍କର ପତ୍ତା ଏଯାଏ ମିଳିନି।

Related story