କଟକ କିଡନୀ ବିକ୍ରି ମାମଲା: ଓଡ଼ିଶାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଯାଞ୍ଚ ଆରମ୍ଭ

କଟକ: କଟକ କିଡନୀ ବିକ୍ରି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଓଡ଼ିଶାରେ ଯାଞ୍ଚ ଆରମ୍ଭ କରିଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଉପରେ ଚଢାଉ କରାଯାଇଛି। ପୂର୍ବରୁ ଇଡି ବିଶାଖାପାଟଣାର ସେଭେନହିଲ ହସ୍ପିଟାଲରେ ପ୍ରାରମ୍ଭିକ ଯାଞ୍ଚ କରିଥିଲା। ହସ୍ପିଟାଲର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ହସ୍ପିଟାଲର ନିର୍ଦେଶକ ପ୍ରଭାକାର ବାବୁଙ୍କୁ ମଧ୍ୟ ଭୁବନେଶ୍ୱର ଡକାଇ ଇଡି ପଚରା ଉଚରା କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ଜୁଲାଇ ମାସରେ କଟକ ମଙ୍ଗଳବାଗ ଥାନା ଅଞ୍ଚଳରେ […]

ctc odia

ctc odia

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 01:56 AM IST

Sports

Latest News

କଟକ: କଟକ କିଡନୀ ବିକ୍ରି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଓଡ଼ିଶାରେ ଯାଞ୍ଚ ଆରମ୍ଭ କରିଛି। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ଉପରେ ଚଢାଉ କରାଯାଇଛି। ପୂର୍ବରୁ ଇଡି ବିଶାଖାପାଟଣାର ସେଭେନହିଲ ହସ୍ପିଟାଲରେ ପ୍ରାରମ୍ଭିକ ଯାଞ୍ଚ କରିଥିଲା। ହସ୍ପିଟାଲର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା। ହସ୍ପିଟାଲର ନିର୍ଦେଶକ ପ୍ରଭାକାର ବାବୁଙ୍କୁ ମଧ୍ୟ ଭୁବନେଶ୍ୱର ଡକାଇ ଇଡି ପଚରା ଉଚରା କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ଜୁଲାଇ ମାସରେ କଟକ ମଙ୍ଗଳବାଗ ଥାନା ଅଞ୍ଚଳରେ ଏକ କିଡନୀ ଚୋରି ମାମଲା ରୁଜୁ ହୋଇଥିଲା। ଅଭାବରେ ପଡି ଜଣେ ମହିଳା ନିଜର କିଡନୀ ଦେଇଥିଲେ। ଏହା ପ୍ରତିବଦଳରେ ତାଙ୍କୁ ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପରେ ତାଙ୍କ ପରିଚୟ ବଦଳାଯାଇ କିଡନୀ ନେବାକୁ ଚାହିଁଥିବା ବ୍ୟକ୍ତିଙ୍କ ସଂପର୍କୀୟ ଭାବେ ଦର୍ଶାଯାଇଥିଲା। ତେବେ ସଠିକ୍ ଭାବେ କାଗଜପତ୍ର ଯାଞ୍ଚ କରାନଯାଇ ବିଶାଖପାଟଣା ସେଭେନହିଲ ହସ୍ପିଟାଲରେ ମହିଳାଙ୍କ କିଡନୀକୁ ପ୍ରତ୍ୟାରୋପଣ କରାଯାଇଥିଲା। ଏହି ଘଟଣା ସମ୍ନାକୁ ଆସିବା ପରେ ସେଭେନହିଲ ହସ୍ପିଟାଲ ନିର୍ଦେଶକ ପ୍ରଭାକର ବାବୁଙ୍କ ସମେତ ଜଣେ ମହିଳା ଓ ଅନ୍ୟ ଜଣେ ପୁରଷଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଏବେ ଇଡି ମାମଲାର ତଦନ୍ତ ଭାର ହାତକୁ ନେବା ପରେ ରାକେଟର କିଙ୍ଗ ପିନ୍ ନିକଟରେ ପହଞ୍ଚିବା ସମ୍ଭାବନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos