କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଫଳ ପ୍ରକାଶିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)-ଜୁଲାଇ ୨୦୧୯ର ଫଳ ପ୍ରକାଶ ପାଇଛି। ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ୭ ଜୁଲାଇ, ୨୦୧୯ରେ ସାରା ଦେଶର ୧୦୯ଟି ସହରରେ ଥିବା ୨,୯୪୯ଟି କେନ୍ଦ୍ରରେ ଆୟୋଜିତ ହୋଇଥିଲା। ପରୀକ୍ଷାର ସହଜ ଏବଂ ନିରପେକ୍ଷ ପରିଚାଳନା ଲାଗି ସହରରେ ୧୧୪ ଜଣ ସଂଯୋଜକ, ୨୯୪୨ ଜଣ କେନ୍ଦ୍ରୀୟ ନିରୀକ୍ଷକ, ୪୩୩୫ ଜଣ ପର୍ଯ୍ୟବେକ୍ଷକ ଏବଂ ସିବିଏସଇର ୮୨୭ […]

CTET-EXAM-RESULTS-PUBLISHED

CTET-EXAM-RESULTS-PUBLISHED

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଆଜି କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)-ଜୁଲାଇ ୨୦୧୯ର ଫଳ ପ୍ରକାଶ ପାଇଛି। ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ୭ ଜୁଲାଇ, ୨୦୧୯ରେ ସାରା ଦେଶର ୧୦୯ଟି ସହରରେ ଥିବା ୨,୯୪୯ଟି କେନ୍ଦ୍ରରେ ଆୟୋଜିତ ହୋଇଥିଲା। ପରୀକ୍ଷାର ସହଜ ଏବଂ ନିରପେକ୍ଷ ପରିଚାଳନା ଲାଗି ସହରରେ ୧୧୪ ଜଣ ସଂଯୋଜକ, ୨୯୪୨ ଜଣ କେନ୍ଦ୍ରୀୟ ନିରୀକ୍ଷକ, ୪୩୩୫ ଜଣ ପର୍ଯ୍ୟବେକ୍ଷକ ଏବଂ ସିବିଏସଇର ୮୨୭ ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।

ଏହି ପରୀକ୍ଷା ଲାଗି ମୋଟ ୨୯ ଲକ୍ଷ ୨୨ ହଜାର ୨୨୭ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ, ଏମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୭ ହଜାର ୩୧ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ରେକର୍ଡ ୨୩ଦିନ ମଧ୍ୟରେ ଘୋଷଣା କରାଯାଇଛି। ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୮୩୦ ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୬୫୮ ଜଣ ପ୍ରାର୍ଥୀ ପେପର-୧ (ପ୍ରାଇମେରୀ ସ୍କୁଲ) ଏବଂ ୧ ଲକ୍ଷ ୩୭ ହଜାର ୧୭୨ ଜଣ ପ୍ରାର୍ଥୀ ପେପର-୨(ଜୁନିଅର ହାଇସ୍କୁଲ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ପରୀକ୍ଷା ଫଳ ସିଟିଇଟିର ୱେ ସାଇଟ www.ctet.nic.in ଏବଂ ସିବିଏସଇର ୱେବସାଇଟ www.cbse.nic.in ରେ ଉପଲବ୍ଧ ରହିଛି। ସିଟିଇଟି ପରୀକ୍ଷାରେ ବସୁଥିବା ପ୍ରାର୍ଥୀଙ୍କ ମାର୍କସିଟ ଡିଜିଲକରରେ ଅପଲୋଡ କରି ଦିଆଯିବ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଲଗଇନ ବିବରଣୀ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos