ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୁର୍ଯ୍ୟୋ ଦି’ ପୁରୋଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବାରୁ ମେଳାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ […]

cuttack-bali-jatra-start-from-today

cuttack-bali-jatra-start-from-today

Manoranjan Sial
  • Published: Tuesday, 12 November 2019
  • Updated: 12 November 2019, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୁର୍ଯ୍ୟୋ ଦି’ ପୁରୋଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବାରୁ ମେଳାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ୮ ଦିନ ଧରି ଚାଲିବାକୁ ଥିବା ଯାତ୍ରାରେ ମହାନଦୀ ଆଳତି କାର୍ଯ୍ୟକ୍ରମ ରହିଥିବା ବେଳେ ଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ ଗୁରୁତ୍ୱ ଦିଆଯାଇଛି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଉଜ୍ଜିବୀତ ହୋଇଛି ଉତ୍କଳର ସ୍ୱର୍ଣ୍ଣିମ ଐତିହ୍ୟ ଓ ପରମ୍ପରା। ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉମାନେ ସୁନା ବେଶରେ ଦର୍ଶନ ଦେଇଥିବା ବେଳେ ମାସେବ୍ୟାପୀ ଚାଲିଥିବା କାର୍ତ୍ତିକ ବ୍ରତ ଉଦଯାପନ କରିଛନ୍ତି ହବିଷ୍ୟାଳୀ।

ବାଲିଯାତ୍ରା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ଯାନବାହନ ଉପରେ କଟକଣା କରାଯାଇଛି। ଏହି କଟକଣା ଅପରାହ୍ଣ ୩ଟାରୁ ଲାଗୁହେବ ଓ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଘୋଷଣା ହୋଇଛି। ଭୁଆସୁଣୀ ପଡ଼ିଆ, ଆନନ୍ଦଭବନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ମୁଣ୍ଡାସାହି ପଡ଼ିଆ, କାର୍ତ୍ତିକେଶ୍ୱର ରାଡାର ବାମପଟ ପଡ଼ିଆ ଓ ପଶ୍ଚିମପଟ ପଡ଼ିଆ, ମୁଣ୍ଡାସାହି ବାମପଟ ପଡ଼ିଆ, ପଶ୍ଚିମପଟ ଓ ଉତ୍ତାରପଟ ପଡ଼ିଆ, ଗୋରା କବର ପଡ଼ିଆ ଓ ବୋସ ଇଞ୍ଜିନିୟରିଂ ପଡ଼ିଆରେ ପାର୍କିଂ ସ୍ଥାନ ଘୋଷଣା ହୋଇଛି।

ଏହାସହ ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଏଥର ବାଲିଯାତ୍ରାରେ ଯାତ୍ରୀ ପରିବହନ ପାଇଁ ୫୦୦ ରିକ୍ସା ନିଯୋଜିତ ହେବେ। ଯାତ୍ରୀମାନେ ବାଲିଯାତ୍ରା ପଡ଼ିଆକୁ ଏହି ରିକ୍ସା ମାଧ୍ୟମରେ ଯିବାଆସିବା କରିପାରିବେ। ଏଥିପାଇଁ ୫୦୦ ରିକ୍ସା ଚାଳକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କୁ ଉନ୍ନତ ସେବା ସହ ଉତ୍ତମ ବ୍ୟବହାର ଓ ଉଚିତ ମୂଲ୍ୟ ଗ୍ରହଣ ପାଇଁ ରିକ୍ସା ଚାଳକଙ୍କୁ ତାଲିମ ଦିଆଯାଇଛି। ଏହି ରିକ୍ସା ଚାଳକମାନଙ୍କୁ ଟି ସାର୍ଟ ସହ ଏକ ପ୍ଲାକାର୍ଡ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos