ବାଉଳି ହେଉଛି ପ୍ରଶାସନ! ପ୍ରତିଦିନ ବଦଳାଉଛି ନିଷ୍ପତ୍ତି

ଆଠଗଡ଼(ନୀଳକଣ୍ଠ ଦୋରା): ବର୍ଷ ସାରା ଚେଇଁ ଶୋଇଲା ପ୍ରଶାସନ! ବାବା ଧବଳେଶ୍ୱର ପୀଠକୁ ଯାଇଥିବା ଝୁଲା ପୋଲ୍‌କୁ ଯାଞ୍ଚ କରୁନଥିଲା! ଗୁଜରାଟ ମୋର୍ବି ଦୁର୍ଘଟଣା ପରେ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଲା। ଆଉ ତରବରିଆ ଭାବେ ଝୁଲା ପୋଲ ଯାଞ୍ଚ କରି ବନ୍ଦ କରିବାକୁ ନିଷ୍ପତ୍ତି ନେଲା। ହେଲେ ବାବାଙ୍କୁ କେମିତି ଦର୍ଶନ କରିବେ ଶ୍ରଦ୍ଧାଳୁ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବାଉଳି ହୋଇଛି ଜିଲ୍ଲା ପ୍ରଶାସନ! ପ୍ରତିଦିନ ନେଉଛି ନୂଆ ନୂଆ […]

Dhabaleswar-Temple

Dhabaleswar-Temple

Manoranjan Sial
  • Published: Thursday, 03 November 2022
  • Updated: 03 November 2022, 08:56 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ବର୍ଷ ସାରା ଚେଇଁ ଶୋଇଲା ପ୍ରଶାସନ! ବାବା ଧବଳେଶ୍ୱର ପୀଠକୁ ଯାଇଥିବା ଝୁଲା ପୋଲ୍‌କୁ ଯାଞ୍ଚ କରୁନଥିଲା! ଗୁଜରାଟ ମୋର୍ବି ଦୁର୍ଘଟଣା ପରେ ଝୁଲାପୋଲକୁ ନେଇ ହଠାତ୍ ଚେଇଁ ଉଠିଲା। ଆଉ ତରବରିଆ ଭାବେ ଝୁଲା ପୋଲ ଯାଞ୍ଚ କରି ବନ୍ଦ କରିବାକୁ ନିଷ୍ପତ୍ତି ନେଲା। ହେଲେ ବାବାଙ୍କୁ କେମିତି ଦର୍ଶନ କରିବେ ଶ୍ରଦ୍ଧାଳୁ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ବାଉଳି ହୋଇଛି ଜିଲ୍ଲା ପ୍ରଶାସନ! ପ୍ରତିଦିନ ନେଉଛି ନୂଆ ନୂଆ ନିଷ୍ପତ୍ତି। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ବାବା ଧବଳେଶ୍ୱର ପୀଠକୁ ଯିବା ପାଇଁ ମହାନଦୀ ଉପରେ ତିଆରି କରାଯାଇଥିଲା ଝୁଲା ପୋଲ। ଗୁଜରାଟ ଘଟଣା ପରେ ପୋଲ ଦୁର୍ବଳ ଥିବା ଜଣାପଡ଼ିବାରୁ ପଞ୍ଚୁକ ପୂର୍ବରୁ ଆଗୁଆ ୧୪୪ ଧାରା ଜାରି କରିଥିଲା ପ୍ରଶାସନ। ଏମିତିକି ଝୁଲା ପୋଲରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ଡଙ୍ଗା କି ବୋଟ୍‌ରେ ଯିବା ପାଇଁ ମଧ୍ୟ ଭକ୍ତଙ୍କୁ ବାରଣ ଲଗାଯାଇଥିଲା। ପ୍ରଶାସନର ଏଭଳି କଠୋର ନିଷ୍ପତ୍ତିକୁ ନେଇ ଉଭୟ ଭକ୍ତ ଓ ପୂଜକଙ୍କ ଅସନ୍ତୋଷ ବଢୁଥିବାରୁ ନିଷ୍ପତ୍ତିରେ ପୁଣି ବଦଳି ଥିଲା।

ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ, ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍‌ ପାଖରେ ଏକ LED ଲାଗିବ। LED ପରଦା ଜରିଆରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରିପାରିବେ। ହେଲେ ସେଠି କୌଣସି ପ୍ରକାର ପୂଜାର୍ଚ୍ଚନା ହେବନି କି ଭୋଗ ଲାଗିବନି। ଯଦି ଅଧିକ ଭକ୍ତଙ୍କ ଭିଡ଼ ହୁଏ, ତାହାଲେ ଆଉ ଏକ LED ଲାଗିବ। ଭକ୍ତମାନେ ଚାହିଁଲେ ସେଇଠୁ ପୂଜକଙ୍କ ମାଧ୍ୟମରେ ଭୋଗ ଠାକୁରଙ୍କ ପାଖକୁ ପଠାଇ ପାରିବେ। ଗଜଭୋଗ ନିଜସ୍ୱ ଉଦ୍ୟମରେ ସେବକଙ୍କ ଘରୁ ସଂଗ୍ରହ କରିବେ। ତା’ସହ ପୂର୍ବଭଳି ଯାତ୍ରା ଚାଲିବ ବୋଲି ଉପଜିଲ୍ଲାପାଳ କହିଥିଲେ। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତି ଅତି ବିଚିତ୍ର ବୋଲି ସେବକମାନେ କହିବା ସହ କରୋନାଠାରୁ ଏ କଟକଣା ଅଧିକ ଯନ୍ତ୍ରଣାଦାୟକ ବୋଲି ଆକ୍ଷେପ କରିଛନ୍ତି।

ଗତ ୩୧ ତାରିଖରୁ ଲାଗି ରହିଛି ଧବଳେଶ୍ୱର ପୀଠରେ ଦର୍ଶନ ଦ୍ୱନ୍ଦ୍ୱ। ଗୁଜରାଟ ମୋର୍ବି ଦୁର୍ଘଟଣା ପରେ ତୁରନ୍ତ ଧବଳେଶ୍ୱର ଝୁଲାପୋଲ ଯାଞ୍ଚ କରି ପ୍ରଥମେ ୨୦୦ କରି ଭକ୍ତଙ୍କୁ ପୀଠକୁ ଛଡ଼ା ଯାଇଥିଲା। ତା’ପରେ ମରାମତି ଆଳ ଦେଖାଇ ଦିନକ ପାଇଁ ପୋଲକୁ ବନ୍ଦ ରଖିବାକୁ ଘୋଷଣା କରାଗଲା। ହେଲେ ସେଦିନ ସନ୍ଧ୍ୟାରେ ହଠାତ୍‌ ୧୪୪ ଧାରା ଜାରି କରିଦେଲା ପ୍ରଶାସନ। ଆଉ କୁହାଗଲା, ଏଥର ଧବଳେଶ୍ୱରଙ୍କ ଯାତ୍ରା ବନ୍ଦ। ଏସବୁ ଭିତରେ ବୁଧବାର କଟକ ଜିଲ୍ଲାପାଳଙ୍କ ସୂଚନା ସାମ୍ନାକୁ ଆସିଲା। ଝୁଲା ପୋଲ ଆରପଟେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା ସ୍ଥାପନ କରାଯାଇ ପୂଜାର୍ଚ୍ଚନା କାଯିବ।

ଜିଲ୍ଲାପାଳଙ୍କ ଏପରି ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲେ ସେବକ। ଏମିତିକି ଜିଲ୍ଲାପାଳଙ୍କ ସହ ସେମାନଙ୍କର ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ତେବେ ପୂଜକମାନଙ୍କ ବିରୋଧରୁ ପୁଣି ବଦଳଛି ନିଷ୍ପତ୍ତି। ତେଣୁ ଏଠି ପ୍ରଶ୍ନ ଉଠୁଛି, କାହିଁକି କୌଣସି ସଠିକ ନିଷ୍କର୍ସରେ ପହଞ୍ଚିପାରୁନି ପ୍ରଶାସନ? ଜିଲ୍ଲାପାଳ ଗୋଟେ କଥା କହୁଥିବା ବେଳେ ଉପ-ଜିଲ୍ଲାପାଳଙ୍କ କଥା କାହିଁକି ହେଉଛି ଭିନ୍ନ? କ’ଣ କୌଣସି ନିଷ୍ପତ୍ତି ସ୍ଥିର ହେବା ପୂର୍ବରୁ ସମସ୍ତ ପକ୍ଷଙ୍କୁ ଡାକି ଆଲୋଚନା କରାଯାଉନି କି? ଏଣେ ଜିଲ୍ଲା ପ୍ରଶାସନର ଏଭଳି ବାଉଳା ଚାଉଳା ନିଷ୍ପତ୍ତିକୁ ଦେଖି ଧବଳେଶ୍ୱର ଭକ୍ତଙ୍କ ମୁଣ୍ଡ ଘୂରେଇଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos