କଟକ ଜମି ଠକେଇ ମାମଲାରେ ଦମ୍ପତି ଗିରଫ

କଟକ: କଟକ ଜମି ଠକେଇ ମାମଲାରେ ପୋଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି । ଗିରଫ ଦମ୍ପତି ହେଲେ କିଶୋର ଜେନା ଏବଂ ତାଙ୍କ ପତ୍ନୀ ଦମୟନ୍ତୀ ନାୟକ । କିଶୋର ବସୁନ୍ଧରା ଲ୍ୟାଣ୍ଡ ଆଣ୍ଡ ଡେଭଲପର୍ସର ଡିରେକ୍ଟର ଥିବା ବେଳେ ତାଙ୍କ ପତ୍ନୀ ଦମୟନ୍ତୀ ମ୍ୟାନେଜିଙ୍ଗ ଡିରେକ୍ଟର ଥିଲେ ।