କଟକ: ଝିଙ୍କିରିଆ ଲୁଟ୍‌ ଓ ଗଣବଳାତ୍କାର ମାମଲାରେ ଆଉ ୩ ଜଣ ଗିରଫ

କଟକ: କଟକ ଜିଲ୍ଲା ଝିଙ୍କିରିଆ ଲୁଟ୍‌ ଓ ଗଣବଳାତ୍କାର ମାମଲାରେ ସଦର ଥାନା ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଲୀପ ଦାସ, ସଞ୍ଜୟ ଦାସ ଏବଂ ଜଗା ଦାସ। ଦିଲୀପ ଓ ସଞ୍ଜୟଙ୍କ ଘର ଧାମନଗରରେ ହୋଇଥିବା ବେଳେ ଜଗାଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ। ସେମାନଙ୍କଠାରୁ ପୋଲିସ ପୀଡ଼ିତାଙ୍କ ମୋବାଇଲ ଜବତ କରିଛି।

ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଲୁଟ୍‌ ଓ ଡକାୟତି ମାମଲା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରରେ ଏମାନେ ସକ୍ରିୟ ଥିଲେ। ଭଦ୍ରକ, ଧାମନଗର, ପାଟକୁରା, ଟାଙ୍ଗୀ ଓ ଯାଜପୁର ଟାଉନ୍‌ ଥାନାରେ ଏମାନଙ୍କ ନାଁରେ ମାମଲା ରହିଛି।

ପୂର୍ବରୁ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଦାଧର ଦାସ ଏବଂ ସହଯୋଗୀ ରତ୍ନାକର ଦାସଙ୍କୁ ଗିରଫ କରିଥିଲା।

ଗତ ୨୬ ତାରିଖରେ ଝିଙ୍କିରିଆ ଗାଁରେ ଲୁଟ୍‌ ଓ ଗଣବଳାତ୍କାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।