ଘରୁ ଡାକିନେଇ ମାରିଦେଲେ

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁରେ ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ କାନ୍ଦୁରା ଭୋଇ। ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଗାଡିମୋଟର ରାସ୍ତାରେ ଅଟକି ରହିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।