ପୁଅ ପାଇଁ ମା’ ଆଖିର ଲୁହ: କହିଲେ ମୋ’ ପୁଅକୁ ରେଭେନ୍ସାରେ ପଢ଼ାଇବି ନାହିଁ

କଟକ: ମୋ’ ପୁଅକୁ ରେଭେନ୍ସାରେ ପଢ଼ାଇବି ନାହିଁ। ଏହା ହେଉଛି ରାଗିଂର ଶିକାର ହୋଇଥିବା ଛାତ୍ରର ମା’ର କୋହଭରା କଥା। ଏହି ପଦକ କହିବା ବେଳକୁ ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଉଥିଲା। ଗତକାଲି ରେଜେନ୍ସା ପରିସରରେ ଜଣେ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିବା ପରେ ଆଜି ତାଙ୍କ ମା’ ମୁହଁ ଖୋଲିଛନ୍ତି। ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀଙ୍କୁ ସେ ଆଜି ଭେଟି ନିଜ କ୍ଷୋଭବ୍ୟକ୍ତ କରିଛନ୍ତି। ଆକ୍ରମଣ କରିଥିବା ଛାତ୍ରଙ୍କୁ ଗିରଫ କରାଯାଉ ବୋଲି […]

25765_50

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 06:27 PM IST

କଟକ: ମୋ’ ପୁଅକୁ ରେଭେନ୍ସାରେ ପଢ଼ାଇବି ନାହିଁ। ଏହା ହେଉଛି ରାଗିଂର ଶିକାର ହୋଇଥିବା ଛାତ୍ରର ମା’ର କୋହଭରା କଥା। ଏହି ପଦକ କହିବା ବେଳକୁ ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଉଥିଲା।

ଗତକାଲି ରେଜେନ୍ସା ପରିସରରେ ଜଣେ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିବା ପରେ ଆଜି ତାଙ୍କ ମା’ ମୁହଁ ଖୋଲିଛନ୍ତି। ରେଭେନ୍ସା କୁଳପତି ପ୍ରକାଶ ଷଡଙ୍ଗୀଙ୍କୁ ସେ ଆଜି ଭେଟି ନିଜ କ୍ଷୋଭବ୍ୟକ୍ତ କରିଛନ୍ତି। ଆକ୍ରମଣ କରିଥିବା ଛାତ୍ରଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ।

ଏହି ଘଟଣାର ତଦନ୍ତ କରୁଥିବା ମାଲଗୋଦାମ ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ରେଭେନ୍ସାର ଦ୍ୱିତୀୟ ବର୍ଷର ଛାତ୍ର ଓ ଲଳିତଗିରି ହଷ୍ଟେଲରେ ରୁହେ। ତେବେ ଅନ୍ୟ ୯ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

Related story