କଟକରେ ଫୁଲ ପ୍ରଦର୍ଶନୀ

କଟକ: କଟକ ମଧୁକୁଞ୍ଜ ଉଦ୍ୟାନରେ ଫୁଲ ଓ ବଗିଚା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ନେଚର ଲଭର୍ସ କ୍ଲବ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଓ ସିଏମ୍‌ସିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ  ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ ଉଦଘାଟନ କରିଥିଲେ। ଏହି ଫୁଲ ପ୍ରଦର୍ଶନୀରେ ୬୮ ପ୍ରକାର ଫୁଲ ପ୍ରଦର୍ଶିତ ହୋଇଛି। ଦୁଇ ଦିନ ଧରି ଚାଲିବ ଏହି ଫୁଲ ପ୍ରଦର୍ଶନୀ।