କଟକ(ଓଡ଼ିଶା ରିପୋର୍ଟର): ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମକୁ ପଣ୍ଡ କରିଛି ପୁଲିସ୍। ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି କଟକ ଜିଲ୍ଲା ଚାଉଳିଆଗଞ୍ଜ ପୁଲିସ୍। ଦୁର୍ବୃତ୍ତଙ୍କଠାରୁ ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି, ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି ।
ଦୁର୍ଦ୍ଦାନ୍ତ ଅପରାଧୀ ଅଖନାର ସହଯୋଗୀ ଭାବେ ଏମାନେ ଅପରାଧ ଘଟାଇଥାନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଲୁଟ୍, ଦାଦାବଟି ଆଦାୟ ଭଳି ସଙ୍ଗିନ ମାମଲା ରହିଛି ।
ଲକ୍ଡାଉନ୍ ନିୟମ ପାଳନର କଡ଼ାକଡ଼ି ଯାଞ୍ଚ ପୁଲିସ୍ କରୁଥିବା ବେଳେ ଖୁଲମଖୁଲା ଅପରାଧ ଘଟାଉଛନ୍ତି ଅପରାଧୀ। କେତେବେଳେ ବନ୍ଧୁକ ମୁନରେ ପୁଲିସ୍ଠୁ ଲୁଟୁଛନ୍ତି, ତ କେତେବଳେ ଘରେ ପଶି ମରଣାନ୍ତକ ଆକ୍ରମଣ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୪ଟି ମନ୍ଦିରରୁ ସିରିଜ ଚୋରି; ନେଇଗଲେ ଠାକୁରଙ୍କ ଅଳଙ୍କାର
ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ଲୁଟିନେଲେ ଚୋର।
Miscellaneous
ନନ୍ଦନକାନନକୁ ଆସିଲେ ନୂଆ ଅତିଥି; କିଛି ଗଲେ, କିଛି ଆସିଲେ
ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କ ସହ ନନ୍ଦନକାନନ ପ୍ରାଣୀ ଉଦ୍ୟନର ଜୀବଜନ୍ତୁଙ୍କ ଅଦଳବଦଳ ହୋଇଛି।
Politics
ଆଜିଠୁ ବିଧାନସଭା ଶୀତ ଅଧିବେଶନ; ଅତିରିକ୍ତ ବଜେଟ୍ ଆଣିବେ ମୁଖ୍ୟମନ୍ତ୍ରୀ
ମୋହନ ସରକାରଙ୍କ ଦ୍ୱିତୀୟ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ତୟାର ବିରୋଧୀ।
Miscellaneous
ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ସିଦ୍ଧାନ୍ତ ଦାସ, ରହିବେ ଫୁଲଟାଇମ୍ ସିଇସି ଅଧ୍ୟକ୍ଷ
ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବ ଉଷା ପାଢ଼ୀଙ୍କୁ ଚିଠି ଲେଖି ଶ୍ରୀ ଦାସ ଓରେରା ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ଅବଗତ କରାଇଛନ୍ତି ।