ଦଇତାପତିଙ୍କ ପାଦ ଛୁଇଁବା ପ୍ରସଙ୍ଗ: ଡିଜିପି ମାରିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍

ଭୁବନେଶ୍ୱର: ପୋଲିସ୍ ପୋଷାକରେ ଥାଇ ଦାରୁସ୍ଥଳରେ ଦଇତାପତିଙ୍କ ପାଦ ଛୁଇଁବା ଘଟଣାକୁ ନେଇ ପୋଲିସ ଡିଜି ସଂଜୀବ ମାରିକଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାରିକଙ୍କୁ ଡାକି ଏ ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁନିଫର୍ମରେ ଥାଇ ସର୍ବସାଧାରଣରେ ଡିଜିପି ଦଇତାଙ୍କ ପାଦ ଛୁଇଁବା ନେଇ ସେ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ନିଜ ପଦ ମର୍ଯ୍ୟାଦା ରକ୍ଷା କରିବାକୁ ସେ  ମାରିକଙ୍କୁ ତାଗିଦ କରିଛନ୍ତି। ଭବିଷ୍ୟତରେ […]

dgpmarik

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 01:42 PM IST

ଭୁବନେଶ୍ୱର: ପୋଲିସ୍ ପୋଷାକରେ ଥାଇ ଦାରୁସ୍ଥଳରେ ଦଇତାପତିଙ୍କ ପାଦ ଛୁଇଁବା ଘଟଣାକୁ ନେଇ ପୋଲିସ ଡିଜି ସଂଜୀବ ମାରିକଙ୍କୁ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାରିକଙ୍କୁ ଡାକି ଏ ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୟୁନିଫର୍ମରେ ଥାଇ ସର୍ବସାଧାରଣରେ ଡିଜିପି ଦଇତାଙ୍କ ପାଦ ଛୁଇଁବା ନେଇ ସେ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ନିଜ ପଦ ମର୍ଯ୍ୟାଦା ରକ୍ଷା କରିବାକୁ ସେ  ମାରିକଙ୍କୁ ତାଗିଦ କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରଥଯାତ୍ରା ସମୟରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନବୀନ ଡିଜିପିଙ୍କୁ କହିଥିବା ସୂଚନା ମିଳିଛି।

ଡିଜିପି ମାରିକ୍ ଶ୍ରୀ ସୁଦର୍ଶନଙ୍କ ଦାରୁସ୍ଥଳ ଭୁବନେଶ୍ୱର ନିକଟ ଗଡ଼କଣ୍ଟୁଣିଆ ଓ ଦେବୀ ସୁଭଦ୍ରାଙ୍କ ଦାରୁସ୍ଥଳ ଅଢଙ୍ଗଗଡ଼କୁ ଯାଇଥିବା ବେଳେ ଦଇତାପତିଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ନେଇ ଡିଜିପିଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା

ପରେ ଡିଜିପି ଆଉ କେତେଦିନ ନିଜ ପଦରେ ରହିବେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଡିଜିପି ମାରିକ୍ ଆସନ୍ତା ଡିସେମ୍ୱରରେ ଅବସର ନେବେ। ତେବେ ରଥଯାତ୍ରା ଓ ନବକଳେବର ସରିବା ପରେ ମୁଖ୍ୟମନ୍ତ୍ରୀ ଏନେଇ କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Related story