ଦକ୍ଷିଣ ମୋଡ ହେଉଛନ୍ତି ତିନିରଥ

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ଗୁଣ୍ଡିଚା ମନ୍ଦିର ଆଗରେ ଥିବା ତିନି ରଥଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି। ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଏହାପରେ ବଳଭଦ୍ର ଏବଂ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ।ଗତକାଲି ଶ୍ରୀଜିଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଅନୁଷ୍ଠିତ ହୋଇଥିଲା ହେରା ପଞ୍ଚମୀ ନୀତି।ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ […]

rath

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 03:48 PM IST

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ଗୁଣ୍ଡିଚା ମନ୍ଦିର ଆଗରେ ଥିବା ତିନି ରଥଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଛି। ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବା ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଏହାପରେ ବଳଭଦ୍ର ଏବଂ ଶେଷରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ।ଗତକାଲି ଶ୍ରୀଜିଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଅନୁଷ୍ଠିତ ହୋଇଥିଲା ହେରା ପଞ୍ଚମୀ ନୀତି।ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିଥିଲେ।ଏହି ଅବସରରେ ମା’ ଲକ୍ଷ୍ମୀ ପ୍ରଭୁଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବା ସହ ଶ୍ରୀ ମନ୍ଦିରକୁ ଫେରିବାକୁ ମନାଇଥିଲେ।ତେବେ ଭେଟ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ନିକଟକୁ ଯାଇ ପରମ୍ପରା ମୁତାବକ ରଥର କିଛି ଅଂଶ ଭାଙ୍ଗିଥିଲେ।

Related story