ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା। ନିକଟରେ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ ଦାମଙ୍କୁ ଆଜି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳି ନ ଥିଲା। ହେଲେ ଦାମଙ୍କ ପୁଅ ସମ୍ବିତ ଉପସ୍ଥିତ ଥିବା ଦେଖବାକୁ ମିଳିଥିଲା ତେବେ ଅବାପା ଅସୁସ୍ଥତା କାରଣରୁ ଆସି ପାରି ନଥିବା ଦାମଙ୍କ ପୁଅ ସମ୍ବିତ କହିଥିଲେ। ସୂଚନା ଯୋଗ୍ୟ ଯେ, ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମାଲକାନଗିରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରାହ୍ମଣ ସମାଜ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେଠାରେ ସେ ବ୍ରାହ୍ମଣଙ୍କୁ ‘ଭିକାରୀ’ ବୋଲି ସମ୍ବୋଧନ କରିଥିଲେ। ଏହି ବିବାଦୀୟ ମନ୍ତବ୍ୟ ତାଙ୍କ ପ୍ରତି ମହଙ୍ଗା ସାବ୍ୟସ୍ତ ହୋଇ ଥିଲା। ସାରା ରାଜ୍ୟରେ ବ୍ରାହ୍ମଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗତ ଶୁକ୍ରବାର ତାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଥିଲେ। ଆଉ ପରେ ବିଜେଡି ଉପସଭାପତି ପଦରୁ ତାଙ୍କୁ ବିଦା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।