ବିପଦପୂର୍ଣ୍ଣ ଜଳ ଯାତ୍ରା: ବାଜି ଲାଗିଛି ୪ ପଞ୍ଚାୟତ ଲୋକଙ୍କ ଜୀବନ

<p>କୋରାପୁଟ(ଓଡ଼ିଶା ରିପୋର୍ଟର): ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା। କୋଲାବ ଜଳଭଣ୍ଡାର ପାର ହେବା ପାଇଁ ଏହି ଦେଶୀ ଡଙ୍ଗା ହିଁ କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଏକମାତ୍ର ଭରସା। ପୋଲ ନ ଥିବାରୁ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଜୀବନକୁ ବାଜି ଲଗାଇ ନିତିଦିନିଆ କାମରେ ଯିବାଆସିବା କରୁଛନ୍ତି ଲମତାପୁଟ ବ୍ଲକର ୪ଟି ପଞ୍ଚାୟତ ଲୋକ। କୁମାରଗନ୍ଦଣା, ବନମାଳିପୁଟ, ଟିକରପଡା ଓ ଉମ୍ଭେଲ ପଞ୍ଚାୟତର ଶହ ଶହ ଲୋକ ପ୍ରତିଦିନ ସରକାରୀ କାମ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ସାପ୍ତାହିକ ହାଟ ପାଇଁ ଲମତାପୁଟ ଆସିଥାଆନ୍ତି ଏହି ଦେଶୀ ଡଙ୍ଗାରେ। ଏ ଡଙ୍ଗା ଯେ କେବେ ଧୋକା ଦେଇନି ତା ନୁହେଁ, ଅତୀତରେ ଡଙ୍ଗାବୁଡିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ହେଲେ ଏମାନଙ୍କ ନିକଟରେ ଆଉ ଉପାୟ କାହିଁ ?</p> <p>୩ ବର୍ଷ ତଳେ ଲୋକଙ୍କ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକମାତ୍ର ଦେଶୀ ଡଙ୍ଗା ଏବେ ଭାଙ୍ଗିରୁଜି ଗଲାଣି। ଜଣେ ନାଉରିଆଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କାଠ ଡଙ୍ଗା ଉପରେ ଏବେ ସମସ୍ତେ ନିର୍ଭରଶୀଳ। ଏହି ଯାତ୍ରୀଙ୍କ ନିକଟରେ ଲାଇଫ୍ ଜ୍ୟାକେଟ୍ ବି ନାହିଁ। ଏକ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ହେଲେ ସେମାନଙ୍କ କଥା ଶୁଣୁଛି କିଏ?</p>

Ordigital Desk
  • Published: Thursday, 01 March 2018
  • Updated: 01 March 2018, 06:06 PM IST

Sports

Latest News

<p>କୋରାପୁଟ(ଓଡ଼ିଶା ରିପୋର୍ଟର): ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା। କୋଲାବ ଜଳଭଣ୍ଡାର ପାର ହେବା ପାଇଁ ଏହି ଦେଶୀ ଡଙ୍ଗା ହିଁ କୋରାପୁଟ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଏକମାତ୍ର ଭରସା। ପୋଲ ନ ଥିବାରୁ ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ତେଣୁ ଜୀବନକୁ ବାଜି ଲଗାଇ ନିତିଦିନିଆ କାମରେ ଯିବାଆସିବା କରୁଛନ୍ତି ଲମତାପୁଟ ବ୍ଲକର ୪ଟି ପଞ୍ଚାୟତ ଲୋକ। କୁମାରଗନ୍ଦଣା, ବନମାଳିପୁଟ, ଟିକରପଡା ଓ ଉମ୍ଭେଲ ପଞ୍ଚାୟତର ଶହ ଶହ ଲୋକ ପ୍ରତିଦିନ ସରକାରୀ କାମ, କଲେଜ, ଡାକ୍ତରଖାନା, ବ୍ୟାଙ୍କ ଓ ସାପ୍ତାହିକ ହାଟ ପାଇଁ ଲମତାପୁଟ ଆସିଥାଆନ୍ତି ଏହି ଦେଶୀ ଡଙ୍ଗାରେ। ଏ ଡଙ୍ଗା ଯେ କେବେ ଧୋକା ଦେଇନି ତା ନୁହେଁ, ଅତୀତରେ ଡଙ୍ଗାବୁଡିରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ହେଲେ ଏମାନଙ୍କ ନିକଟରେ ଆଉ ଉପାୟ କାହିଁ ?</p><p>୩ ବର୍ଷ ତଳେ ଲୋକଙ୍କ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକମାତ୍ର ଦେଶୀ ଡଙ୍ଗା ଏବେ ଭାଙ୍ଗିରୁଜି ଗଲାଣି। ଜଣେ ନାଉରିଆଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କାଠ ଡଙ୍ଗା ଉପରେ ଏବେ ସମସ୍ତେ ନିର୍ଭରଶୀଳ। ଏହି ଯାତ୍ରୀଙ୍କ ନିକଟରେ ଲାଇଫ୍ ଜ୍ୟାକେଟ୍ ବି ନାହିଁ। ଏକ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ। ହେଲେ ସେମାନଙ୍କ କଥା ଶୁଣୁଛି କିଏ?</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos