ବଲାଙ୍ଗିର( ଓଡ଼ିଶା ରିପୋର୍ଟର):ଶ୍ୱଶୁର ଘରୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଦମ୍ବପଡ଼ା ଗାଁରେ।
ସୂଚନା ଅନୁସାରେ ଉଡିଆପାଳ ଗାଁର ଜଣେ ଯୁବକ ତାଙ୍କ ଶ୍ୱଶୁର ଘର କଦମ୍ବପଡ଼ାକୁ ଯାଇଥିଲେ। ସେଠାରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେଢ଼ ବର୍ଷ ପୂର୍ବେ ଯୁବକ ଜଣକ କଦମ୍ୱପଡ଼ାରେ ୨ଟି ସନ୍ତାନ ଥିବା ଜଣେ ବିବାହିତା ମହିଳାଙ୍କୁ ବିବାହ କରିଥିଲେ। ତେବେ ଯୁବକଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟାରୁ ହୋଇଛି ତାହା ଜଣାପଡ଼ି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।