ପୋଲ ତଳୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ଢେଙ୍କାନଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଘୁମୁରା ନାଳ ପୋଲ ତଳୁ ଜଣେ ଯୁବକଙ୍କ ମତଦେହ ମିଳିଛି। ତାଙ୍କ ନାଁ କାଳନ୍ଦି ପ୍ରଧାନ (୩୩)। ତାଙ୍କ ଘର କାମାକ୍ଷାନଗର ଏନ୍‌ଏସିର ଆଳତୁମା ଗାଁରେ। କାଳନ୍ଦିଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ପଡ଼ିଥିବା ସ୍ଥାନରୁ ପୁଲିସ ଗୋଟିଏ ସ୍କୁଟି ଓ ମୋବାଇଲ୍‌ ଜବତ କରିଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ […]

dead1

dead1

Manoranjan Sial
  • Published: Friday, 12 April 2019
  • Updated: 12 April 2019, 04:51 PM IST

Sports

Latest News

ଢେଙ୍କାନଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଘୁମୁରା ନାଳ ପୋଲ ତଳୁ ଜଣେ ଯୁବକଙ୍କ ମତଦେହ ମିଳିଛି। ତାଙ୍କ ନାଁ କାଳନ୍ଦି ପ୍ରଧାନ (୩୩)। ତାଙ୍କ ଘର କାମାକ୍ଷାନଗର ଏନ୍‌ଏସିର ଆଳତୁମା ଗାଁରେ।

bodyକାଳନ୍ଦିଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ପଡ଼ିଥିବା ସ୍ଥାନରୁ ପୁଲିସ ଗୋଟିଏ ସ୍କୁଟି ଓ ମୋବାଇଲ୍‌ ଜବତ କରିଛି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ଘଟଣାର ତଦନ୍ତ କରୁଛି ପୁଲିସ୍।

roadblockଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ଟାୟାର ଜାଳି ରାସ୍ତାରୋକ କରିବାରୁ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos