ସକାଳେ ଖେଳୁଥିଲା, ଅପରାହ୍ନରେ କୂଅରୁ ଉଦ୍ଧାର ହେଲା ଶବ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ୩ ନମ୍ବର ସେକ୍ଟର ଅଟୋ କଲୋନୀରୁ ବୁଧବାର ସକାଳୁ ନିଖୋଜ ଥିବା ତିନି ବର୍ଷ ଶିଶୁପୁତ୍ରର ମୃତ ଦେହ ଏକ ନାଳରୁ ଉଦ୍ଧାର କରାଯାଇଛି । ସେକ୍ଟର ୩ରେ ରହୁଥିବା କଳାକାର ସାହୁଙ୍କ ତିନି ବର୍ଷୀୟ ପୁଅ ହିମାଂଶୁ ସାହୁ ଖେଳୁ ଥିବା ବେଳେ ସକାଳୁ ନିଖୋଜ ଥିଲେ । ଘର ଲୋକମାନେ ଖୋଜା ଖୋଜି କରି ପାଉନଥିଲେ । ଅପରାହ୍ନରେ କିଛି ଲୋକ ୩ ନମ୍ବର ସେକ୍ଟର ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ […]

tnm

tnm

Tapas Behera
  • Published: Wednesday, 19 February 2020
  • Updated: 19 February 2020, 05:17 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲା ୩ ନମ୍ବର ସେକ୍ଟର ଅଟୋ କଲୋନୀରୁ ବୁଧବାର ସକାଳୁ ନିଖୋଜ ଥିବା ତିନି ବର୍ଷ ଶିଶୁପୁତ୍ରର ମୃତ ଦେହ ଏକ ନାଳରୁ ଉଦ୍ଧାର କରାଯାଇଛି । ସେକ୍ଟର ୩ରେ ରହୁଥିବା କଳାକାର ସାହୁଙ୍କ ତିନି ବର୍ଷୀୟ ପୁଅ ହିମାଂଶୁ ସାହୁ ଖେଳୁ ଥିବା ବେଳେ ସକାଳୁ ନିଖୋଜ ଥିଲେ । ଘର ଲୋକମାନେ ଖୋଜା ଖୋଜି କରି ପାଉନଥିଲେ ।

ଅପରାହ୍ନରେ କିଛି ଲୋକ ୩ ନମ୍ବର ସେକ୍ଟର ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଥିବା ନାଳରେ ହିମାଂଶୁ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଆଇଜିଏଚ୍‌ ନିଆ ଯାଇଥିଲା । ଡାକ୍ତର ସେଠାରେ ହିମାଂଶୁଙ୍କୁ ମୃତ ଘୋଷଣା କରିଥିଲେ । ହିମାଂଶୁ ନାଳରେ ଅସାବଧାତା ବଶତଃ ଖସିପଡ଼ି ମୃତ୍ୟୁ ବରଣ କରିଛନ୍ତି ନା ଏହା ପଛରେ  ଅନ୍ୟ କିଛି କାରଣ ଅଛି   ତାକୁ ନେଇ  ପୁଲିସ ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos