କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରେ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ତିମି ମାଛର ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ମୃତ ତିମିଟି ୩୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି blue whale ପ୍ରଜାତିର ହେବ ବୋଲି ଜଣା ପଡ଼ିଛି। ଜେସିବି ମେସିନ ସାହାଯ୍ୟରେ ମାଛଟିକୁ ଉଦ୍ଧାର କରାଯିବ ବୋଲି ଜଣାପଡିଛି ।
ଏହି ଉପକୂଳ କେଳୁଣୀ ମୁହାଣ ନିକଟରେ ୨୦୧୪ ମସିହାରେ ନଦୀକୁ ଏକ ସ୍ପର୍ମ ପ୍ରଜାତିର 32ଫୁଟ ଲମ୍ବର ତିମି ପଶି ଆସିଥିଲା । ସମୁଦ୍ରକୁ ଯାଇ ନପାରି ମୃତ୍ୟମୁଖରେ ପଡ଼ିବା ପରେ ତିମି ମାଛର କଙ୍କାଳକୁ ଭୁବନେଶ୍ୱରସ୍ଥିତ ରିଜିଓନାଲ ମ୍ୟୁଜିଅମ ଅଫ ନାଚୁରାଲ ହିଷ୍ଟୋରିର ବିଶେଷଜ୍ଞମାନେ ସଂଗ୍ରହ କରି ରଖିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।