ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଆଜି ସକାଳେ ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀର MIG-51 ଭଡ଼ା ଘରୁ ଜଣେ ସିନିୟର ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଆର. ରଞ୍ଜିତା ରାଓ। ସେ ଅଶୋକ ନଗରସ୍ଥିତ ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ। ରଞ୍ଜିତାଙ୍କୁ ପାଖାପାଖି ୩୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ ଗତ ୮ ବର୍ଷ ହେବ ଚାକିରି କରୁଥିଲେ। ତେବେ […]

bankmanager

bankmanager

Niharika Rout
  • Published: Thursday, 05 December 2019
  • Updated: 05 December 2019, 10:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଆଜି ସକାଳେ ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀର MIG-51 ଭଡ଼ା ଘରୁ ଜଣେ ସିନିୟର ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଆର. ରଞ୍ଜିତା ରାଓ। ସେ ଅଶୋକ ନଗରସ୍ଥିତ ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାମ କରୁଥିଲେ।

ରଞ୍ଜିତାଙ୍କୁ ପାଖାପାଖି ୩୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ ଗତ ୮ ବର୍ଷ ହେବ ଚାକିରି କରୁଥିଲେ। ତେବେ ୨ ବର୍ଷ ହେଲା ସେ ୟୁକୋ ବ୍ୟାଙ୍କର ଅଶୋକ ନଗର ଶାଖାରେ କାମ କରୁଥିଲେ।  ସେ ବାହା ହୋଇ ନଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଏଠାରେ ତାଙ୍କ ବାପାମା’ଙ୍କ ସହିତ ଭଡ଼ା ଘରେ ରହୁଥିଲେ। ତାଙ୍କ ମା’ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ତାଙ୍କ ବାପା ବି ଚାକିରି କରୁଥିଲେ।

ରଞ୍ଜିତା ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଅଫିସ୍‌ରୁ ଘରକୁ ଫେରିଥିଲେ। ରାତିରେ ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ ପରିବାର ଲୋକେ। ଏହାଦେଖି ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ରଞ୍ଜିତାଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଶାରୀରିକ ଭାବେ ଭାରି ଦୁର୍ବଳ ହୋଇଯାଇଥିଲେ। ବିଶେଷ ଖିଆପିଆ କରୁ ନଥିଲେ। ଏଥିପାଇଁ କିଛି ଦିନ ତଳେ ଚେତା ହରାଇ ପଡ଼ିଯାଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ମାନସିକ ସ୍ତରରେ ଭାରି ଦୃଢ଼ ଥିଲେ। ଗତକାଲି ତାଙ୍କ ବ୍ୟବହାରରେ ବି ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ସେ କେଉଁ କାରଣରୁ ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଲେ, ତାହା ସେମାନଙ୍କୁ ବି ଜଣାନାହିଁ ବୋଲି ତାଙ୍କ ବାପା କହିଛନ୍ତି।

ରଞ୍ଜିତା କେବେ ଅଫିସ୍‌ର ଚାପ ଅବା ଅନ୍ୟ କୌଣସି କଥା, ଯାହା ତାଙ୍କୁ ଅସନ୍ତୁଷ୍ଟ କରୁଛି, ସେ ବିଷୟରେ ଘରେ କିଛି ଆଲୋଚନା କରି ନାହାନ୍ତି ବୋଲି ତାଙ୍କ ବାପା କହିଛନ୍ତି।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସୋଶାଲ୍ ମିଡିଆ ସାଇଟ୍‌ରେ ସେ କରିଥିବା କିଛି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ମୃତ୍ୟୁ ପୂର୍ବରୁ ସେ ବେଶ୍ ଉଦାସୀନ ଥିବା ତାଙ୍କ ପୋଷ୍ଟରୁ ଜଣାପଡ଼ୁଛି। ଗତକାଲି ଅପରାହ୍ନ ୩ଟା ୧୮ ମିନିଟ୍‌ରେ ବଲିଉଡ୍ ମୁଭି ‘ମେରୀ ପ୍ୟାରୀ ବିନ୍ଦୁ’ର ଏକ ଗୀତକୁ ସେ ସୋଶାଲ୍ ମିଡିଆରେ ଶେଆର୍ କରିଥିଲେ। ତା’ପୂର୍ବରୁ ମଧ୍ୟ ଜୀବନ ଓ ମୃତ୍ୟୁକୁ ନେଇ ସେ ଅନେକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏପରିକି ତାଙ୍କ ଫେସ୍‌ବୁକ୍‌ର ଟାଇମ୍‌ ଲାଇନ୍‌ରେ ମଧ୍ୟ ସେମିତି ଏକ ଲେଖା ରହିଛି, ଯାହାର ଭାବାର୍ଥ ହେଉଛି- ଗୋଟିଏ ଦିନ ମରିବା ପାଇଁ ପୂରା ଜୀବନ ବଞ୍ଚିବାକୁ ହୁଏ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos