ବଢ଼ୁଛି ୠଣ ବୋଝ, ଦେଉଳକୁ ବଳିଯାଉଛି ମୁଖଶାଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ‘ଗୋଲାପୀ’ ଅର୍ଥବ୍ୟବସ୍ଥାକୁ ନେଇ ଆତ୍ମସନ୍ତୋଷ ଲାଭ କରୁଥିବାବେଳେ ରାଜ୍ୟ ଉପରେ ଋଣବୋଝ ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି ସ୍ଥିତିରେ ପହଞ୍ଚିଲାଣି। ସ୍ଥିତି ଏବେ ଏଭଳି ହୋଇଛି ଯେ, ଚଳିତ ଆର୍ଥିକ ବର୍ଷରେ ଯେତିକି ରାଜସ୍ୱ ପ୍ରାପ୍ତି ହେବ ତା’ର ୯୨.୪୨ % ହେଉଛି ରାଜ୍ୟ ଉପରେ ଥିବା ଋଣବୋଝର ପରିମାଣ। ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ ଲକ୍ଷ ୬ ହଜାର […]

budget.jpg1

budget.jpg1

Manoranjan Sial
  • Published: Friday, 28 June 2019
  • Updated: 28 June 2019, 08:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର 'ଗୋଲାପୀ' ଅର୍ଥବ୍ୟବସ୍ଥାକୁ ନେଇ ଆତ୍ମସନ୍ତୋଷ ଲାଭ କରୁଥିବାବେଳେ ରାଜ୍ୟ ଉପରେ ଋଣବୋଝ ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି ସ୍ଥିତିରେ ପହଞ୍ଚିଲାଣି। ସ୍ଥିତି ଏବେ ଏଭଳି ହୋଇଛି ଯେ, ଚଳିତ ଆର୍ଥିକ ବର୍ଷରେ ଯେତିକି ରାଜସ୍ୱ ପ୍ରାପ୍ତି ହେବ ତା’ର ୯୨.୪୨ % ହେଉଛି ରାଜ୍ୟ ଉପରେ ଥିବା ଋଣବୋଝର ପରିମାଣ। ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ ଲକ୍ଷ ୬ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜେଟରେ ଆକଳନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ମୋଟ ୨୩,୫୮୪ କୋଟି ଟଙ୍କା ଋଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ବଜେଟ ସୂଚନା ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ଅନୁସାରେ ରାଜ୍ୟର ମୋଟ ଋଣଭାର ୮୭,୬୪୯କୋଟି ୮୬ଲକ୍ଷ ଟଙ୍କା ଥିଲା। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୧୮୦୯୨.୨୦କୋଟି ଟଙ୍କା ଋଣ କରିଛନ୍ତି। ତେବେ ଗତବର୍ଷ ୪୩୦୭ କୋଟି ଟଙ୍କା ମୂଳ ପରିଶୋଧ କରିଥିବାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ଋଣ ୧୩,୭୮୫ କୋଟି ୨୦ଲକ୍ଷ ଟଙ୍କା ରହିଥିଲା।

ଅନ୍ୟପକ୍ଷରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ପ୍ରାପ୍ତି ୧,୧୫,୨୬୬ କୋଟି ଟଙ୍କା ଥିବାବେଳେ ରାଜ୍ୟର ସାମଗ୍ରିକ ଋଣବୋଝ ୧ଲକ୍ଷ ୬ହଜାର ୫୨୬ କୋଟି ୮୬ଲକ୍ଷ ଟଙ୍କା ହେବ। ଯାହାକି ମୋଟ ରାଜସ୍ୱ ପ୍ରାପ୍ତିର ୯୨.୪୨ ପ୍ରତିଶତ। ଯଦି ତୁଳନାତ୍ମକ ଚିତ୍ରକୁ ହିସାବକୁ ନିଆଯିବ ତା’ହେଲେ ରାଜସ୍ୱ ପ୍ରାପ୍ତି ତୁଳନାରେ ରଣବୋଝ ପରିମାଣ ବଢ଼ିବାରେ ଲାଗିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ହାର ୮୬.୦୩ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୯୨.୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ବଜେଟରେ ଆକଳନ ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ ବଜେଟରେ ୨୩,୫୮୪ କୋଟି ଟଙ୍କାର ଋଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ପ୍ରାୟ ୪୮୫୭ କୋଟି ଟଙ୍କା ମୂଳ ବାବଦରେ ପରିଶୋଧ କରିବେ। ଅର୍ଥାତ୍ ଚଳିତବର୍ଷ ରାଜ୍ୟର ଋଣବୋଝ ଉପରେ ଅତିରିକ୍ତ ୧୮,୮୭୭ କୋଟି ଟଙ୍କା ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଏହି ଋଣବୋଝ ରାଜ୍ୟର ମୋଟ ଜିଡିପିର ୧୯.୭% ମଧ୍ୟରେ ରହିଛି ବୋଲି କହି ରାଜ୍ୟ ସରକାର ନିଜର ଆର୍ଥିକ ନୀତିକୁ ସାବାସି ଦେବାକୁ ପଛାଉ ନାହାନ୍ତି। ସୂଚନାଯୋଗ୍ୟ ଏଫଆରବିଏମ୍ ଆକ୍ଟ ଅନୁସାରେ ରାଜ୍ୟର ଋଣବୋଝ ମୋଟ ରାଜ୍ୟ ଜିଡିପିର ୨୫% ମଧ୍ୟରେ ସୀମିତ ରହିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story