ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକଟାଳ ଚିତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ରୁ ରାଜ୍ୟବାସୀଙ୍କୁ ବଂଚିତ କରି ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବାହାବା ରାଜ୍ୟ ସରକାର ନେଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଏଭଳି ବାହାବାର ବାସ୍ତବ ଚିତ୍ର କେତେ ଯେ ବିକଟାଳ ତାକୁ ସରକାରଙ୍କ ନିଜସ୍ୱ ରିପୋର୍ଟ ହିଁ ଏବେ ଉଜାଗର କରିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଯେଉଁ ଚିଠା ରିପୋର୍ଟକୁ ଧରି ନୂଆ ସ୍ୱାସ୍ଥ୍ୟ ନୀତି […]

kendrapada

kendrapada

Manoranjan Sial
  • Published: Wednesday, 28 August 2019
  • Updated: 28 August 2019, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’ରୁ ରାଜ୍ୟବାସୀଙ୍କୁ ବଂଚିତ କରି ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ବାହାବା ରାଜ୍ୟ ସରକାର ନେଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଏଭଳି ବାହାବାର ବାସ୍ତବ ଚିତ୍ର କେତେ ଯେ ବିକଟାଳ ତାକୁ ସରକାରଙ୍କ ନିଜସ୍ୱ ରିପୋର୍ଟ ହିଁ ଏବେ ଉଜାଗର କରିଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ଯେଉଁ ଚିଠା ରିପୋର୍ଟକୁ ଧରି ନୂଆ ସ୍ୱାସ୍ଥ୍ୟ ନୀତି ଆଣିବା ପାଇଁ ସଜବାଜ ହେଉଛନ୍ତି ତାହା ବି ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅସଲ ଚେହେରାକୁ ପଦାରେ ପକାଇଛି।

ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ରୋଗ ନିରୂପଣ, ପରୀକ୍ଷାନିରୀକ୍ଷା, ଔଷଧ ଓ ଚିକିତ୍ସା ସୁବିଧା ଯୋଗାଇବା ସହ ଗରିବ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମଧ୍ୟ ଦିଆଯାଉଥିବା ଘୋଷଣା କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କର ଏଭଳି ଘୋଷଣା ଓ ଏହାର ସତ୍ୟତା ମଧ୍ୟରେ ଆକାଶ ପାତାଳ ଫରକ ଥିବା ଜଣାପଡ଼ିଛି। କାରଣ ରାଜ୍ୟ ସରକାରଙ୍କ ଚିଠା ସ୍ୱାସ୍ଥ୍ୟ ନୀତି ଅନୁସାରେ ରାଜ୍ୟରେ ୮୬% ମେଡିସିନ୍ ସ୍ପେଶାଲିଷ୍ଟ, ୮୦ ପ୍ରତିଶତ ଶିଶୁରୋଗ ବିଶେଷଜ୍ଞ, ୭୯% ସର୍ଜରୀ ସ୍ପେଶାଲିଷ୍ଟ ଓ ୬୨% ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ନାହାନ୍ତି। ଆନେସ୍ଥେସିଆ ଡାକ୍ତରଙ୍କ ଘୋର ଅଭାବ ରହିଛି। ରାଜ୍ୟରେ ‘ସମ୍ପୂର୍ଣ୍ଣା’ ଯୋଜନାରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି ବୋଲି ରାଜ୍ୟ ସରକାର ଦାବି କରୁଥିବାବେଳେ ଡ୍ରାଫ୍ଟ ସ୍ୱାସ୍ଥ୍ୟ ନୀତି ଅନୁସାରେ ରାଜ୍ୟରେ ଆନୁଷ୍ଠାନିକ ପ୍ରସବ ପାଇଁ ମୋଟ ୧୧୯୦ଟି ପ୍ରସୂତୀ କେନ୍ଦ୍ରର ଆବଶ୍ୟକତା ଅଛି । କିନ୍ତୁ ଏବେ ମାତ୍ର ୫୮୦ଟି ପ୍ରସୂତୀ କେନ୍ଦ୍ର(ବିଭିନ୍ନ ସ୍ତରର ହସ୍ପିଟାଲରେ) ରହିଛି ଓ ବାକି ୬୧୦ଟି କେନ୍ଦ୍ର ନିର୍ମାଣ ହୋଇପାରିନି ।

ମ୍ୟାଲେରିଆ, ଯକ୍ଷ୍ମା ଓ କୃଷ୍ଠ ଭଳି ରୋଗ କବଳରେ ଓଡ଼ିଶା ରହିଛି । ଏପରିକି ଦେଶରେ ପ୍ରତିବର୍ଷ ଚିହ୍ନଟ ହେଉଥିବା ମୋଟ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ କେବଳ ଓଡ଼ିଶାରେ ୪୧% ରହିଛନ୍ତି । ବିଶେଷକରି ଆଦିବାସୀବହୁଳ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ମ୍ୟାଲେରିଆରେ ୬୪% ଲୋକଙ୍କ ମୃତ୍ୟୁ ଘଟୁଛି । ସେହିପରି ଯକ୍ଷ୍ମାରେ ପ୍ରତି ୧ ଲକ୍ଷରେ ୧୦୯ ଜଣ ଚିହ୍ନଟ ହେଉଥିବାବେଳେ ୨୦୦୫ରୁ କୃଷ୍ଠ ରୋଗମୁକ୍ତ ଓଡ଼ିଶାରେ ଏବେ ଏହି ରୋଗ କାୟାବିସ୍ତାର କରିବାରେ ଲାଗିଛି । ଏବେ ପ୍ରତି ୧୦ ହଜାର ଲୋକରେ ଜଣେ କୃଷ୍ଠରୋଗୀ ରାଜ୍ୟରେ ଅଛନ୍ତି ।

ଏହାବ୍ୟତୀତ ରାଜ୍ୟର ପ୍ରାୟ ୫୪% ଆଦିବାସୀ ଯୁବକଯୁବତୀ ରକ୍ତହୀନତାର ଶିକାର ଅଟନ୍ତି । ଆଦିମ ଜନଜାତି ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ଏବେବି ଅପହଞ୍ଚ ବୋଲି ଡ୍ରାଫ୍ଟ ସ୍ୱାସ୍ଥ୍ୟ ନୀତିରେ ଉଲ୍ଲେଖ ରହିଛି । ସେହିପରି ଡ୍ରାଫ୍ଟ ସ୍ୱାସ୍ଥ୍ୟ ନୀତିରେ ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟକୁ ଅତିକମରେ ମୋଟ ଘରୋଇ ଉତ୍ପାଦର ୩% କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୧୭-୧୮ରୁ ୨୦୧୯-୨୦ ମସିହା ମଧ୍ୟରେ ସ୍ୱାସ୍ଥ୍ୟ ବଜେଟର ପରିମାଣ ୧.୦୫%ରୁ ୧.୧୮% ମଧ୍ୟରେ ସୀମିତ ରହୁଛି ।

ଉଳ୍ଲେଖଯୋଗ୍ୟ, ସ୍ୱାଧୀନତା ପରଠୁ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ନୀତି ନଥିବାବେଳେ ୨୦୦୨ ମସିହାରେ ରାଜ୍ୟ ସରକାର ଆଣିଥିବା ‘ଓଡ଼ିଶା ରାଜ୍ୟ ସମନ୍ୱିତ ସ୍ୱାସ୍ଥ୍ୟ ନୀତି’ ଏବଂ ‘ଓଡ଼ିଶା ସ୍ୱାସ୍ଥ୍ୟ ଭିଜନ୍ -୨୦୧୦’ ନିଜର ଲକ୍ଷ୍ୟ ହାସଲରେ ସକ୍ଷମ ହୋଇପାରିନି। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଭାବେ ଡଃ ଥେଲମା ନାରାୟଣଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ରାଜ୍ୟ ସମନ୍ୱିତ ସ୍ୱାସ୍ଥ୍ୟ ନୀତି-୨୦୦୨’ ନିଜର ଲକ୍ଷ୍ୟ ହାସଲ ଦୂରର କଥା ତାହା ରାଜନୀତିକ ହସ୍ତକ୍ଷେପ ଓ ଇଚ୍ଛାଶକ୍ତିର ଅଭାବ ଯୋଗୁ ବାଟବଣା ହୋଇଛି। ଯେଉଁଥିପାଇଁ ୨୦୦୫ ମସିହା ସୁଦ୍ଧା ଯେଉଁ ସବୁ ଲକ୍ଷ୍ୟ ହାସଲ ପାଇଁ ଏହି ସ୍ୱାସ୍ଥ୍ୟ ନୀତିରେ ଟାର୍ଗେଟ୍ ରଖାଯାଇଥିଲା ତାହା ଏବେବି ଅଧୁରା ହୋଇ ରହିଛି। ତେଣୁ ଆଗାମୀଦିନରେ ସରକାର ଆଣୁଥିବା ନୂଆ ସ୍ୱାସ୍ଥ୍ୟ ନୀତି ପୁଣି ଏକ ଭେଳିକି ସାଜିବ ନା ବାସ୍ତବପକ୍ଷେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ବୁଝିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story