ଡେକାନ କ୍ରୋନିକଲ ଘଟଣା: ଚିତ୍ରା ଆଥୱାନୀଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

କଟକ: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି.କେ. ଆୟାର ଗିରଫ ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରା ଆଥୱାନୀଙ୍କୁ ସମନ ଜାରି କରାଯାଇଥିଲା ।  ଚିତ୍ରା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କରିଥିବା ଆବେଦନରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ହାଇକୋର୍ଟ ଚିତ୍ରଙ୍କୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଅଗଷ୍ଟ ୭ ତାରିଖରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ । ତେବେ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ […]

athawani1

Rakesh Mallick
  • Published: Tuesday, 21 July 2015
  • , Updated: 22 July 2015, 12:52 PM IST

କଟକ: ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ପି.କେ. ଆୟାର ଗିରଫ ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରା ଆଥୱାନୀଙ୍କୁ ସମନ ଜାରି କରାଯାଇଥିଲା ।  ଚିତ୍ରା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କରିଥିବା ଆବେଦନରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ହାଇକୋର୍ଟ ଚିତ୍ରଙ୍କୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଅଗଷ୍ଟ ୭ ତାରିଖରେ ତାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ । ତେବେ ତଦନ୍ତ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ଚିତ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଡେକାନ କ୍ରୋନିକାଲ ଉପାଧ୍ୟକ୍ଷ ଆୟାର ଭୁବନେଶ୍ୱରରେ ହୋଟେଲ ଟ୍ରାଇଡେଣ୍ଟରେ ଛଦ୍ମ ନାମରେ ରହୁଥିବା ବେଳେ ଗିରଫ ହୋଇଥିଲା । ହୋଟେଲରେ ସେ ରହୁଥିବା ରୁମଟି ଚିତ୍ରାଙ୍କ ନାମରେ ବୁକ ହୋଇଥିଲା । ଏହା ଜଣାପଡିବା ପରେ କମିଶନରେଟ ପୋଲିସ ପକ୍ଷରୁ ଚିତ୍ରାଙ୍କୁ ପଚରାଉଚରା ଲାଗି ସମନ ଜାରି କରାଯିବା ସତ୍ତ୍ୱେ ସେ ହାଜିର ହୋଇ ନ ଥିଲେ ।

Related story