ସୋମବାର ସକାଳୁ ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ଆରମ୍ଭ, ମୁତୟନ ହେବେ ୨୪ ପ୍ଲାଟୁନ ଫୋର୍ସ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ନେଇ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ବିଭିନ୍ନ ମହଲରେ ସ୍ୱର ଉଠିଥିବା ବେଳେ ଆସନ୍ତାକାଲି ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ସକାଳ ୬ଟାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ମେଘନାଦ ପାଚେରିକୁ ଲାଗିଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ ହେବ। ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କରାଯିବ। ଉଚ୍ଛେଦ ବେଳେ ୨୪ ପ୍ଲାଟୁନ ଫୋର୍ସ ସହ […]

puri1

puri1

Tapas Behera
  • Published: Sunday, 18 August 2019
  • Updated: 18 August 2019, 10:35 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ନେଇ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ବିଭିନ୍ନ ମହଲରେ ସ୍ୱର ଉଠିଥିବା ବେଳେ ଆସନ୍ତାକାଲି ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ସକାଳ ୬ଟାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ମେଘନାଦ ପାଚେରିକୁ ଲାଗିଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ ହେବ। ଏଥିରେ ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କରାଯିବ। ଉଚ୍ଛେଦ ବେଳେ ୨୪ ପ୍ଲାଟୁନ ଫୋର୍ସ ସହ ୮ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବେ। ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ କ୍ୟାବିନେଟ୍‌ର ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ କାର୍ଯ୍ୟ ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ କ୍ଷତିଗ୍ରସ୍ତ ଲୋକ ଏବଂ ସଂସ୍ଥାକୁ ଥଇଥାନ କରାଯିବା ସହ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି।ଏହାକୁ ନେଇ ପୁରୀ ବାସିନ୍ଦା ତଥା ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି। ଯଦି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯାଏ, ତେବେ ବହୁ ମଠ ଓ ମନ୍ଦିର ଭାଙ୍ଗିବାକୁ ପଡ଼ିବ। ଏପରିକି ଶ୍ରୀନଅର ଏବଂ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ ମଧ୍ୟ ଭାଙ୍ଗିବାକୁ ପଡ଼ିବ। ଏହାଦ୍ୱାରା ପୁରୀର ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ପୁରୀ ବାସିନ୍ଦା ଓ ସେବାୟତ ଆଶଙ୍କା କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ରହିଛି ୧୫ରୁ ଅଧିକ ମନ୍ଦିର, ୨୦ରୁ ଅଧିକ ମଠ, ପ୍ରାୟ୧୦ଟି ଆଶ୍ରମ, ଶହଶହ ବାସଗୃହ ଓ ଦୋକାନ। ଏପରିକି ଏହି ପରିଧି ମଧ୍ୟରେ ରହିଛି ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ ଓ ଗଜପତିଙ୍କ ଶ୍ରୀନଅର। ମଦନମୋହନ, ଭୂଦେବୀ, ଶ୍ରୀ ଦେବୀ ରହୁଥିବା ଦୋଳବେଦୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି। ସେହିପରି ବହୁ ଚର୍ଚ୍ଚିତ ଏମାର ମଠ, ବଳରାମ ମଠ, ରାଧାବଲ୍ଲଭ ମଠ, ରାଘବଦାସ ମଠ, ରାଧାବଲ୍ଲଭ ମଠ ଇଦ୍ୟାଦି ମଧ୍ୟ ଏହି ତାଲିକାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos