ଦୁଇ ଜଣ ସ୍ତ୍ରୀ ଥାଇ ଶଳାର ତୃତୀୟ ବିବାହ: ଭାଇ ସାଜି ଫସିଗଲା ଭିଣୋଇ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଶଳା ଭିଣୋଇଙ୍କ ବାହା ଖେଳକୁ ନେଇ ଚର୍ଚ୍ଚା।  ନିଜର ଦୁଇ ଦୁଇଟି ପତ୍ନୀ ଥାଇ ଭିଣୋଇକୁ ଭାଇ ସଜେଇ ଶଳାର ତୃତୀୟ ବିବାହ । ଆଉ ଚତୁର୍ଥୀ ନଯାଉଣୁ ଥାନାରେ ଏତଲା ପରେ ନବବଧୂଙ୍କୁ ଉଦ୍ଧାର କରି ପୁଲିସର ତନାଘନା । କଟକ ମାଣିଆବନ୍ଧ ଫାଣ୍ଡି ଅଞ୍ଚଳର କଙ୍କଡ଼ାଯୋଡ଼ି ଗାଁର ଉକ୍ତ ଘଟଣାକୁ ନେଇ ଚର୍ଚ୍ଚା ଜୋର। ପୁଲିସ ଅଭିଯୁକ୍ତ ଭିଣୋଇକୁ ଅଟକ ରଖିଥିବା ବେଳେ କରିତ୍କର୍ମା ବର କିନ୍ତୁ ଫେରାର ହୋଇଯାଇଛି। କଟକ […]

6901

6901

Tapas Behera
  • Published: Monday, 02 March 2020
  • Updated: 03 March 2020, 07:29 AM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ଶଳା ଭିଣୋଇଙ୍କ ବାହା ଖେଳକୁ ନେଇ ଚର୍ଚ୍ଚା।  ନିଜର ଦୁଇ ଦୁଇଟି ପତ୍ନୀ ଥାଇ ଭିଣୋଇକୁ ଭାଇ ସଜେଇ ଶଳାର ତୃତୀୟ ବିବାହ । ଆଉ ଚତୁର୍ଥୀ ନଯାଉଣୁ ଥାନାରେ ଏତଲା ପରେ ନବବଧୂଙ୍କୁ ଉଦ୍ଧାର କରି ପୁଲିସର ତନାଘନା । କଟକ ମାଣିଆବନ୍ଧ ଫାଣ୍ଡି ଅଞ୍ଚଳର କଙ୍କଡ଼ାଯୋଡ଼ି ଗାଁର ଉକ୍ତ ଘଟଣାକୁ ନେଇ ଚର୍ଚ୍ଚା ଜୋର। ପୁଲିସ ଅଭିଯୁକ୍ତ ଭିଣୋଇକୁ ଅଟକ ରଖିଥିବା ବେଳେ କରିତ୍କର୍ମା ବର କିନ୍ତୁ ଫେରାର ହୋଇଯାଇଛି।

କଟକ କଙ୍କଡ଼ାଯୋଡ଼ି ଗାଁର ଅରବିନ୍ଦ ସାହୁ । ଆଗରୁ ଦୁଇ ଦୁଇ ଜଣ ସ୍ତ୍ରୀ ଅଛନ୍ତି। ହେଲେ ପୁଣି ବାହାହେବାକୁ ମନକରି ନିଜ ଭିଣୋଇକୁ ଭାଇ ସଜେଇଲେ। ବୌଦ୍ଧ ଜିଲ୍ଲାର ବଢ଼ିଗାଁରେ ପ୍ରସ୍ତାବ ପକାଇ ଗତ ୨୮ ତାରିଖରେ ବାହା ବି ହୋଇଗଲେ। ହେଲେ ନବବିବାହିତା ଜଣକ ଶାଶୁ ଘରକୁ ଆସିବା ପରେ ଖୋଲିଗଲା ସବୁ ପୋଲ୍ । ଝିଅଠୁ ଜ୍ୱାଇଁର କାରନାମା ଜାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସ ନବବିହାତାକୁ ଉଦ୍ଧାର କରିବା ସହ ଯୌତୁକ ଜିନିଷ ଜବତ୍ କରିଛି । ଶଳାର ତୃତୀୟ ବିବାହ ସଉକ୍ ପୁରା କରିବାକୁ ଭାଇ ସାଜି ଝିଅର ହାତ ମାଗିବାକୁ ଯାଉଥିବା ଭିଣୋଇକୁ ବି ଅଟକ ରଖିଛି ପୁଲିସ।

ବଡ଼ କଥା ହେଉଛି ଠକ ବରଘରୁ ନବବଧୂକୁ ଉଦ୍ଧାର କରାଯିବା ପରେ ଏବେ ତାଙ୍କୁ ବୋହୂ କରି ନେବାକୁ ପ୍ରସ୍ତାବ ଦେଇଛନ୍ତି ତାଙ୍କ ନିଜ ପିଉସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos