ସ୍ୱର୍ଣ୍ଣ ବିଭୂଷିତ ଶ୍ରୀଜୀଉ, କେତେ ପ୍ରକାର ରତ୍ନରେ ଖଚିତ ହୁଅନ୍ତି ମହାପ୍ରଭୁ

ପୁରୀ(ଓଡ଼ଶା ରିପୋର୍ଟର)ନବଦିନାତ୍ମକ ଯାତ୍ରା ସାରି ଗତକାଲି ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ରାଜରାଜେଶ୍ୱର, ବଡ଼ତଢ଼ାଉ ବା ସୁନାବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂରତି। ରଥ ଉପରେ ସ୍ୱର୍ଣ୍ଣ ବିଭୂଷିତ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦେଖି ଧନ୍ୟ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସାମାନ୍ୟ ବର୍ଷା ସତ୍ତ୍ୱେ ଶୃଙ୍ଖଳିତ ତଥା ସଅଳ ନୀତିକାନ୍ତି ଯୋଗୁଁ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି। ସିଂହଦ୍ୱାର ସମ୍ମୁଖରେ ସ୍ୱର୍ଣ୍ଣିମ ଆଭା ଦେଖି ବିଭୋର ଭକ୍ତ। ରଥରେ ବିରାଜମାନ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିତ […]

Holy-Trinity

Holy-Trinity

Tapas Behera
  • Published: Saturday, 13 July 2019
  • Updated: 13 July 2019, 08:30 PM IST

Sports

Latest News

ପୁରୀ(ଓଡ଼ଶା ରିପୋର୍ଟର)ନବଦିନାତ୍ମକ ଯାତ୍ରା ସାରି ଗତକାଲି ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ରାଜରାଜେଶ୍ୱର, ବଡ଼ତଢ଼ାଉ ବା ସୁନାବେଶରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂରତି। ରଥ ଉପରେ ସ୍ୱର୍ଣ୍ଣ ବିଭୂଷିତ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦେଖି ଧନ୍ୟ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସାମାନ୍ୟ ବର୍ଷା ସତ୍ତ୍ୱେ ଶୃଙ୍ଖଳିତ ତଥା ସଅଳ ନୀତିକାନ୍ତି ଯୋଗୁଁ ବଡ଼ଦାଣ୍ଡରେ ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି।

ସିଂହଦ୍ୱାର ସମ୍ମୁଖରେ ସ୍ୱର୍ଣ୍ଣିମ ଆଭା ଦେଖି ବିଭୋର ଭକ୍ତ। ରଥରେ ବିରାଜମାନ ସ୍ୱର୍ଣ୍ଣ ଅଳଙ୍କାର ମଣ୍ଡିତ ବଡ଼ଠାକୁର ଶ୍ରୀବଳଭଦ୍ର, ଜଗଜ୍ଜନନୀ ଦେବୀ ସୁଭଦ୍ରା, ଜଗତକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଚକ୍ରରାଜ ଶ୍ରୀସୁଦର୍ଶନ।  ଶୋଭା ପାଉଛି ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ଦିଅଁଙ୍କର ସ୍ୱତନ୍ତ୍ର ଆୟୂଧ।  ମସ୍ତକରେ ସୁବର୍ଣ୍ଣ କିରୀଟ, ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା ଓ କଦମ୍ବ ମାଳି, ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଅଖିଳ ବ୍ରହ୍ମାଣ୍ଡର ରାଜାଧିରାଜଙ୍କ ଅପୂର୍ବ ସ୍ୱର୍ଣ୍ଣ ଶୃଙ୍ଗାର ଦେଖି ଭକ୍ତ ଚକିତ ଓ ପୁଲକିତ।  ଆଧ୍ୟାତ୍ମିକ ଭାବନାରେ ଗଦଗଦ ଲକ୍ଷାଧିକ ଶ୍ରଦ୍ଧାଳୁ।

ହରିଶୟନ ଏକାଦଶୀରେ ମହାପ୍ରଭୁ ଜନ୍ମବେଦୀରୁ ବାହୁଡ଼ିବା ପରେ ଆଜି ଗରୁଡ଼ ଶୟନ ଦ୍ୱାଦଶୀରେ ହୋଇଛି ଦୁର୍ଲଭ ସୁନାବେଶ ବା ବଡ଼ତଢ଼ାଉ ବେଶ।  ଆଜି ମଧ୍ୟାହ୍ନ ଧୂପ ଓ ମଇଲମ ପରେ ଅପରାହ୍ଣ ସାଢ଼େ ୩ଟା ବେଳେ ଆରମ୍ଭ ହୋଇଥିଲା ସୁନାବେଶ  ପ୍ରସ୍ତୁତି । ସିଂହଦ୍ୱାର ଦେଇ ସେବାୟତ ମାନେ ରଥକୁ ଗୋଟିକ ପରେ ଗୋଟିଏ ଦୂର୍ମୂଲ୍ୟ ଅଳଙ୍କାର ବୋହିନେବା ବେଳେ ଝଲସି ଉଠିଥିଲା ଅଗଣିତ ଶ୍ରଦ୍ଧାଳୁଙ୍କ ଆଖି।  ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ବସ୍ତ୍ର ଭୂଷଣ ଓ ପୁଷ୍ପ ଭୂଷଣ ପରେ ଶ୍ରୀଅଙ୍ଗରେ ଲାଗିଥିଲା ମହଣ ମହଣ ସୁନା । ପ୍ରତିବର୍ଷ ଶ୍ରୀମନ୍ଦିର ରତ୍ନ ବେଦୀରେ ୪ ଥର ସୁନାବେଶ ହେଉଥିବା ଚତୁର୍ଦ୍ଧା ମୂରତି, କେବଳ ଗୋଟିଏ ଥର ରଥ ଉପରେ ଦର୍ଶନ ଦିଅନ୍ତି। ଏହି ଅନନ୍ୟ ବେଶରେ  ତେଣୁ ଆଜି ସାମାନ୍ୟ ବର୍ଷା ସତ୍ତ୍ୱେ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନଥିଲେ ଭକ୍ତ। ଆସନ୍ତାକାଲି ରଥ ଉପରେ ଠାକୁରଙ୍କ ପାଖେ ଅଧରପଣା ଲାଗି ହେବାକୁ ଥିବା ବେଳେ, ଆସନ୍ତା ସୋମବାର ନୀଳାଦ୍ରି ବିଜେ କରିବେ ମହାପ୍ରଭୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story